ETV Bharat / state

ଆରମ୍ଭ ହେଲାଣି ପିକନିକ ଋତୁ, ବୌଦ୍ଧରେ ଦିଗହରା ଅକ୍ସି ଟୁରିଜିମ - ପର୍ଯ୍ୟଟନ ବିଭାଗ

Delay of Oxy-tourism initiative in Boudh: ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ତାହା ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ଏସବୁ ସ୍ଥାନୀୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ଅଧିକ ପଢ଼ନ୍ତୁ

ପହଞ୍ଚିଲାଣି ପିକନିକ ଋତୁ, କିନ୍ତୁ ବୌଦ୍ଧରେ ଦିଗହରା ଅକ୍ସି ଟୁରିଜିମ

author img

By ETV Bharat Odisha Team

Published : Nov 28, 2023, 8:35 PM IST

ପହଞ୍ଚିଲାଣି ପିକନିକ ଋତୁ, କିନ୍ତୁ ବୌଦ୍ଧରେ ଦିଗହରା ଅକ୍ସି ଟୁରିଜିମ

ବୌଦ୍ଧ: ଶୀତ ଋତୁରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବର୍ତ୍ତମାନ ବଣଭୋଜି ପାଇଁ ପ୍ରକୃଷ୍ଟ ସମୟ ହୋଇଛି । ଏଭଳି ପିକନିକ ସ୍ପଟ୍ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳର ବିକାଶ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ଜିଲ୍ଲାର ଏଭଳି ସ୍ଥାନର ବିକାଶ ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ଏସବୁ ସ୍ଥାନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ଜିଲ୍ଲାର ତିନୋଟି ବ୍ଲକରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ । ବୌଦ୍ଧ ଜିଲ୍ଲାର କୁମ୍ଭିଦରହ, ଶୀତଳପାଣି, ରାମଗଡ, ମର୍ଜାକୁଦ, ଗିରାସିଙ୍ଗା ବନ ପ୍ରକଳ୍ପ, ଖଣ୍ଡିକନପା, ପାଲଝାର, ଖରଖରି, ନୂଆପଡ଼ା ଡ୍ୟାମ୍‌, ଦେଢ଼ଶୁର ଭାଇବୋହୁ ପାହାଡ଼, ଡମକୁଚ ଭଳି ବିଭିନ୍ନ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ବଣଭୋଜି ସ୍ଥଳ ଭାବରେ ଚିହ୍ନଟ କରି ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ପରିକଳ୍ପନା କରିଥିଲା । ଏହି ଧାରାରେ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ ତାମ୍ବିଦରହ, ନନ୍ଦନବନ ପ୍ରକଳ୍ପ ଅନ୍ତର୍ଗତ ନୂଆପଡା ଡ଼୍ୟାମ ଓ ଶଗଡ଼ା ପଞ୍ଚାୟତର ଖଣ୍ଡିକନପା ଭଳି କେତେକ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ... ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ ଜମୁଛି ଭିଡ, 23 ବର୍ଷ ପରେ ପାଇଲା ପୂର୍ଣ୍ଣାଙ୍ଗ ରୂପ

ତେବେ ଇତି ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଡମ୍ବରୁଗଡ ଜଙ୍ଗଲ ଠାରେ ବୌଦ୍ଧ ବନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ନିସର୍ଗ ଶିବିର ନାମରେ ଏହି ଇକୋ ରିଟ୍ରିଟ ବୌଦ୍ଧ ଜିଲ୍ଲାର ପ୍ରଥମ ନେଚର କ୍ୟାମ୍ପ୍‌ ହୋଇଥିବା ବେଳେ ବର୍ତ୍ତମାନ ଏଭଳି ଆହୁରି ଅନେକ ସ୍ଥାନରେ ଏଭଳି ଇକୋ ରିଟ୍ରିଟ କ୍ୟାମ୍ପ ପ୍ରତିଷ୍ଠାର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ ବିଗତ କିଛି ବର୍ଷ ପୂର୍ବେ ଜିଲ୍ଲାର ଖଣ୍ଡିକନପା, ତାମ୍ବିଦରହ ଭଳି ବଣଭୋଜି ସ୍ଥଳ ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ଅଧାପନ୍ତରିଆ ହୋଇ ପଡ଼ିରହିଛି । ବର୍ତ୍ତମାନ ରାଜ୍ୟ ସରକାର ବଉଦ ଜିଲ୍ଲାର ରାମଗଡ଼, ମର୍ଜାକୁଦ ଓ ଗିରାସିଙ୍ଗା ବନ ପ୍ରକଳ୍ପର ବଣଭୋଜି ସ୍ଥଳକୁ ପଲିଥିନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ତେବେ ଜିଲ୍ଲାର ଏଭଳି ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ବିକାଶ ସହିତ ବଣଭୋଜି ସ୍ଥଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.