ETV Bharat / state

ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ବର୍ଷା, ଚିନ୍ତାରେ ବୌଦ୍ଧବାସୀ - ବୌଦ୍ଧ କୋରୋନା ପଜିଟିଭ ଖବର

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟା ୟସ ପ୍ରଭାବରେ ବର୍ଷା ଲାଗି ରହିଛି । ଅଧିକ ପଢନ୍ତୁ...

covid19 positiv increase in Boudh poor people are affected
ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ବର୍ଷା,ଚିନ୍ତାରେ ଗରିବ ଲୋକ
author img

By

Published : May 26, 2021, 7:20 PM IST

ବୌଦ୍ଧ: ଜିଲ୍ଲାରେ କୋରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟା ୟସ ପ୍ରଭାବରେ ବର୍ଷା ଲାଗି ରହିଛି ।

ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ବର୍ଷା,ଚିନ୍ତାରେ ଗରିବ ଲୋକ

ଜିଲ୍ଲାର ପ୍ରତିଦିନ ଦୁଇ ଶହରୁ ଚାରି ଶହ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବୁଧବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 206 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 8979ରେ ପହଞ୍ଚିଛି । ସେପଟେ ସାମୁଦ୍ରିକ ବାତ୍ୟା ୟସ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । ଫଳରେ ଗରିବ ଲୋକଙ୍କ ଦୁଃଖ ବେଶ ବଢିଯାଇଛି । ସେପଟେ କୋରୋନା ସଂକ୍ରମଣ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ବୃଦ୍ଧି ପାଉଥିବାବେଳେ ଅଦିନିଆ ବର୍ଷା ସଂକ୍ରମିତଙ୍କ ପରିବାରର ଚିନ୍ତା ବଢାଇଦେଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତରେ ଟିଏମସି ସେଣ୍ଟର ନଥିବାରୁ ଅଧିକାଂଶ ଅମାନିଆ ଏପରିକି ପଜିଟିଭ ଥିବା ରୋଗୀମାନେ ଖୋଲାଖୋଲି ଗ୍ରାମରେ ବୁଲୁଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ସରସରା, ବ୍ରାହ୍ମଣୀ ପାଲି,ବାଉଁଶୁଣୀ, ମୁଣ୍ଡିପଦର ଭଳି ବିଭିନ୍ନ ସ୍ଥାନରେ କିଛି ସଂକ୍ରମିତ କୋରୋନା କଟକଣାକୁ ଆଦୌ ମାନୁନଥିବା ଜଣାପଡିଛି । ଯାହାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.