ETV Bharat / state

ବାଟବଣା ସରକାରୀ ଅର୍ଥ, ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ୍‌ ଅଭିଯୋଗ - ବୌଦ୍ଧରେ ବାଟବଣା ସରକାରୀ ଅର୍ଥ

ବାଟବଣା ହେଉଛି ସରକାରୀ ଅର୍ଥ । ଉପାନ୍ତ ଅଞ୍ଚଳରେ ଆନିକଟରେ ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ୍‌ ଅଭିଯୋଗ । ଅଧିକ ପଢନ୍ତୁ

ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ

author img

By

Published : Jul 25, 2022, 5:53 PM IST

ବୌଦ୍ଧ: ବାଟବଣା ହେଉଛି ସରକାରୀ ଅର୍ଥ । ଉପାନ୍ତ ଅଞ୍ଚଳରେ ଆନିକଟରେ ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ କରିଥିବା ହୋଇଛି ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବିରିଗଡରେ । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ବିରିଗଡଠାରେ ପାହାଡି ଝରଣା ଲକ୍ଷ୍ମୀ ନାଳ ଉପରେ ଥିବା ପୁରୁଣା ଆନିକଟ ଦୁର୍ବଳ ହୋଇପଡିବାରୁ ଗତ 2013-14ରେ ଏକ ନୂଆ ଆନିକଟ ନିର୍ମାଣ କରାଯାଇଥିଲା ।

ନିମ୍ନମାନର କାମକରି ବ୍ୟାପକ ଅର୍ଥ ହରିଲୁଟ ଅଭିଯୋଗ

ଟିକରପଡା ପଞ୍ଚାୟତର ପ୍ରାୟ 25ଟି ଗ୍ରାମର ଚାଷୀ ଜଳସେଚନରେ ସୁବିଧା ପାଇଁ ବିଶ୍ବ ବ୍ୟାଙ୍କ ସହାୟତାରେ ପ୍ରାୟ 24 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ସେଠାରେ ନୂତନ ଆନିକଟ ନିର୍ମାଣ କରିଥିଲା । କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ କୋଟିଏ ଟଙ୍କାରୁ ମଧ୍ୟ କମ ଖର୍ଚ୍ଚ କରାଯାଇ ଏହି ସେଚନ ପ୍ରକଳ୍ପର ପ୍ରାୟ 24 କୋଟି ଟଙ୍କା ଠିକାଦାର ଓ ବିଭାଗୀୟ ଅଧିକାରୀ ମିଶି ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଏଭଳି ପ୍ରକଳ୍ପ ହୋଇଥିବାବେଳେ ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳିନାହିଁ ।

ବର୍ତ୍ତମାନ ଉକ୍ତ ପ୍ରକଳ୍ପର ଭୁଲ ଡିଜାଇନ ଯୋଗୁଁ ସେଠାରେ ବିଶେଷ ପାଣି ଗଚ୍ଛିତ ରହିପାରୁ ନାହିଁ କିମ୍ବା ତଳ ମୁଣ୍ଡରେ ଥିବା ଦୁଇ ତିନି ଖଣ୍ଡ ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମକୁ ଆଦୌ ଜଳସେଚନ ହୋଇପାରୁ ନାହିଁ । ଏଭଳି ଚଞ୍ଚକତା ପୂର୍ଣ୍ଣ ଦୁର୍ନୀତି ସମ୍ପର୍କରେ ସମସ୍ତେ ଜାଣି ମଧ୍ୟ କାହିଁକି ଚୁପ୍‌ ବସିଛନ୍ତି ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.