ETV Bharat / state

ବୌଦ୍ଧରୁ ଆବାସ ଦୁର୍ନୀତି ଅଭିଯୋଗ; ବିଡିଓଙ୍କ ଦ୍ବାରସ୍ତ ହେଲେ 10 ପରିବାର

ବୌଦ୍ଧ ଜିଲ୍ଲାରେ ଆବାସ ଦୁର୍ନୀତି ଅଭିଯୋଗ । ପଦ୍ମନପୁର ପଞ୍ଚାୟତ ଦାମୋଦରପୁର ଗ୍ରାମବାସୀ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ତଦନ୍ତ ଦାବି କରି 1 ଜଣ ହିତାଧିକାରୀ ବିଡିଓଙ୍କ ଦ୍ବାରସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 31, 2021, 7:43 AM IST

ବୌଦ୍ଧରୁ ଆବାସ ଦୁର୍ନୀତି ଅଭିଯୋଗ
ବୌଦ୍ଧରୁ ଆବାସ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଦଶରୁ ଊର୍ଦ୍ଧ୍ବ ହିତାଧିକାରୀ ଏହି ଅନିୟମିତତାର ତଦନ୍ତ ଦାବି କରି ବିଡିଓ ଓ ପିଡି ଡିଆଡିଏଙ୍କ ଦ୍ବାରସ୍ତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର ପଦ୍ମନପୁର ପଞ୍ଚାୟତ ଦାମୋଦରପୁର ଗ୍ରାମବାସୀ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ।

ବୌଦ୍ଧରୁ ଆବାସ ଦୁର୍ନୀତି ଅଭିଯୋଗ

ଜିଲ୍ଲାର ତିନୋଟି ବ୍ଲକର 769 ଗୋଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଆସୁଛି । ମଙ୍ଗଳବାର ଦାମୋଦରପୁର ଗାଁ 10 ଜଣ ଯୋଗ୍ୟ ହିତାଧିକାରୀ ଏହି ଅଭିଯୋଗ ଆଣି ଅନିୟମିତତାର ତଦନ୍ତ ଦାବି କରିଛନ୍ତି । ଲମ୍ବସରୀ,ଖୁଣ୍ଟବନ୍ଧ, ନାରାୟଣପ୍ରସାଦ,ବଘିଆପଡା, ଟିକରପଡା, ରାଧାନଗର, ଛତରଙ୍ଗ, ବରଗାଁ ଭଳି ଅନେକ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତର ଯଥେଷ୍ଟ ଆବଶ୍ୟକତା ରହିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.