ବୌଦ୍ଧ: ଜିଲ୍ଲା କଂଗ୍ରେସ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ବୌଦ୍ଧ ଜିଲ୍ଲାର ସମସ୍ତ ୬୯ ଗୋଟି ପଞ୍ଚାୟତକୁ ଦଳ ଆସନ୍ତା ୧୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଜନଜାଗରଣ ପଦଯାତ୍ରା କରିବ । ଏଥିସହିତ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ କଂଗ୍ରେସର ଆହ୍ବାନ କ୍ରମେ ୧୨ ତାରିଖରେ ବନ୍ଦକୁ ସମ୍ପୂର୍ଣ୍ଣ ସହଯୋଗ କରିବ ।
ସେପଟେ ସରକାର ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମ୍ୟୁନିସିପାଲଟିର ମାନ୍ୟତା ପ୍ରଦାନ ନକଲେ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ । ଆସନ୍ତା ସପ୍ତାହରେ ଦଳ ପକ୍ଷରୁ ଲଗାତାର ତିନି ଦିନ ଧରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଆନ୍ଦୋଳନକୁ ଜୋରଦାର କରିବ ବୋଲି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ