ETV Bharat / state

ଉପାନ୍ତ ଅଞ୍ଚଳର ଲୋକଙ୍କୁ ଟିକାଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - collector order to vaccinate people

ଟିକା ଗ୍ରହଣକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ 45 ବର୍ଷରୁ ଉର୍ଦ୍ଧ୍ବଙ୍କ ଟିକାଦାନ ହାର କିନ୍ତୁ ପୁରା କମିଯାଇଛି । ତେଣୁ ବୌଦ୍ଧ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗକୁ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏଭଳି ଲୋକଙ୍କୁ ସଚେତନ କରି ଟିକାଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳର ଲୋକଙ୍କୁ ଟୀକାଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Jun 23, 2021, 7:52 AM IST

ବୌଦ୍ଧ: ଜିଲ୍ଲାରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ତେବେ ଗତକାଲି(ମଙ୍ଗଳବାର) ବୌଦ୍ଧ ଜିଲ୍ଲାରୁ 47 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯୁବ ବର୍ଗଙ୍କ ପାଇଁ ବୌଦ୍ଧ ସହର ସମେତ ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳଠାରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ଟୀକାକରଣକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ 45 ବର୍ଷରୁ ଉର୍ଦ୍ଧ୍ବଙ୍କ ଟିକାଦାନ ହାର କିନ୍ତୁ ପୁରା କମିଯାଇଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକ ଅନ୍ଧବିଶ୍ୱାସ ଓ ସଚେତନତା ଅଭାବରୁ ଟୀକାଗ୍ରହଣ କରୁନଥିବା ସୂଚନା ମିଳିଛି ।

ଉପାନ୍ତ ଅଞ୍ଚଳର ଲୋକଙ୍କୁ ଟୀକାଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେଣୁ ବୌଦ୍ଧ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗକୁ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏଭଳି ଲୋକଙ୍କୁ ସଚେତନ କରି ଟିକାଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଗତକାଲି ବାଉଁଶୁଣୀ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା ।

ଏପଟେ ଜିଲ୍ଲାର ବିଭିନ୍ନ ଅସହାୟ, ଅନାଥଙ୍କ ନିକଟରେ ଏଭଳି ସମୟରେ ଜିଲ୍ଲା ପ୍ରଶାସନ ପହଞ୍ଚି ସରକାରୀ ସହାୟତା ଯୋଗାଇବାକୁ ଉଦ୍ୟମ ଆରମ୍ଭ କରିଛି । ଏହି ଧାରାରେ ବୌଦ୍ଧ ବନଖଣ୍ଡ ଅଧିନରେ କାର୍ଯ୍ୟ ରତ ଜଣେ ଫରେଷ୍ଟ ଗାର୍ଡଙ୍କ କୋରୋନା ଜନିତ ମୃତ୍ୟୁ ପରେ ମଙ୍ଗଳବାର ଡିଏଫଓଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ସେପଟେ ବୌଦ୍ଧ ଜିଲ୍ଲାର ଏକମାତ୍ର ସୁଧାର ଗୃହଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ତଦାରଖ କମିଟି ପହଞ୍ଚି ତଦାରଖ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.