ETV Bharat / state

ଥରୁଛି ଓଡିଶା, ବୌଦ୍ଧରେ 5 ଡିଗ୍ରୀ ତଳକୁ ଖସିଲା ପାରଦ

ହଠାତ ଶୀତର ପ୍ରକୋପ ସାରା ରାଜ୍ୟରେ ବୃଦ୍ଧି ପାଇଥିବାବେଳେ ବୌଦ୍ଧ ଜିଲ୍ଲାରେ ଆଜି 5 ଡିଗ୍ରୀ ତଳକୁ ପାରଦ ଖସିଥିବା ଜଣାପଡିଛି ।

author img

By

Published : Dec 29, 2019, 8:03 PM IST

Cold wave in Boudh
ବୌଦ୍ଧରେ 5 ଡିଗ୍ରୀ ତଳକୁ ଖସିଲା ପାରଦ

ବୌଦ୍ଧ: ଖସୁଛି ପାରଦ । ବଢୁଛି ଶୀତ । ଥରହର ରାଜ୍ୟବାସୀ । ହଠାତ ଶୀତର ପ୍ରକୋପ ସାରା ରାଜ୍ୟରେ ବୃଦ୍ଧି ପାଇଥିବାବେଳେ ବୌଦ୍ଧ ଜିଲ୍ଲାରେ ଆଜି 5 ଡିଗ୍ରୀ ତଳକୁ ପାରଦ ଖସିଥିବା ଜଣାପଡିଛି ।

ବୌଦ୍ଧରେ 5 ଡିଗ୍ରୀ ତଳକୁ ଖସିଲା ପାରଦ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ସକାଳ ପ୍ରାୟ ଦଶଟା ପର୍ଯ୍ୟନ୍ତ ଘନ କୁହୁଡି ସହିତ ପ୍ରବଳ ଥଣ୍ଡା ଲାଗି ରହୁଛି । ଠାଏ ଠାଏ ଲୋକେ ନିଆଁ ପୁଇଁ ହେଉଥିବା ବେଳେ ଚାହା ଦୋକାନ ଓ ପାର୍କରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ସନ୍ଧ୍ୟା ନହେଉଣୁ ଶୀତର ପ୍ରକୋପରେ ଦୋକାନ ବଜାର ଖାଲି ହୋଇଯାଉଛି ।

ବିଶେଷ କରି ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଭଳି ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳର ଗାଁ ଗୁଡିକରେ ଘନ କୁହୁଡି ସହ ତୁଷାରପାତ ହେବା ଆରମ୍ଭ ହୋଇଗଲାଣି। ପାରଦ ପ୍ରାୟ ପାଞ୍ଚ ଡିଗ୍ରୀ ତଳକୁ ଖସି ଯାଇଥିବାରୁ ଗରିବ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ରବିବାର ମାହେଶ୍ବରୀ ଜୁଏଲାରୀ ପକ୍ଷରୁ ଅସହାୟ କୁଷ୍ଠ ରୋଗୀଙ୍କୁ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଥିବା ସୂଚନା ରହିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପାରଦ ପାଞ୍ଚ ଡିଗ୍ରୀ ତଳକୁ ଖସିଲା ।ଆଭ୍ୟନ୍ତରୀଣ ଅଞ୍ଚଳରେ କିଛି ସ୍ଥାନରେ ବରଫର ଛିଟା ପଡିବା ଆରମ୍ଭ ହେଲାଣି ।
ହଠାତ ଶୀତକାକରର ପ୍ରକୋପ ସାରା ରାଜ୍ୟରେ ବୃଦ୍ଧି ପାଇଛି ।ଏହି କ୍ରମରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍କକରେ ବର୍ତ୍ତମାନ ସକାଳ ପ୍ରାୟ ଦଶଟା ପର୍ଯ୍ୟନ୍ତ ଘନ କୁହୁଡି ସହିତ ପ୍ରବଳ ଥଣ୍ଡା ଲାଗି ରହୁଛି । ପ୍ରାୟ ଲୋକେ ଚାହା ଦୋକାନ, ପାର୍କ,ନିଆଁ ପାଖରେ ସମୟ କାଟୁଛନ୍ତି ।ସଂଧ୍ୟା ନହେଉଣୁ ଶୀତର ପ୍ରକୋପରେ ଦୋକାନ ବଜାର ଖାଲି ହୋଇଯାଉଛି ।ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଭଳି ପଞ୍ଚାୟତ ର ଆଭ୍ୟନ୍ତରୀଣ ଅଞ୍ଚଳର ଗାଁ ଗୁଡିକରେ ଘନ କୁହୁଡି ସହ ବରଫର ଛିଟା ପଡିବା ଆରମ୍ଭ ହୋଇଗଲାଣି ।ପାରଦ ପ୍ରାୟ ପାଞ୍ଚ ଡିଗ୍ରୀ ତଳକୁ ଖସି ଯାଇଥିବାରୁ ଗରିବ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡିଛି ।ରବିବାର ମାହେଶ୍ବରୀ ଜ୍ବେଲେରୀ ପକ୍ଷରୁ ଅସହାୟ କୁଷ୍ଠ ରୋଗୀ ଙ୍କୁ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା ।

Body:ବୌଦ୍ଧ ରେ ପ୍ରବଳ ଶୀତର ଲହରୀ, ଜନଜୀବନ ଅସ୍ତବ୍ୟସ୍ତ ।

Conclusion:ବାଇଟ-୧-ଇନ୍ଦ୍ର ମଣି ମେହେର,ବୁଦ୍ଧିଜୀବୀ
ବାଇଟ-୨-ଶ୍ରୀଧର ମଲ୍ଲିକ, ବୃଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.