ETV Bharat / state

ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା; ବୌଦ୍ଧରେ ଜନଜୀବନ ଅସ୍ତବ୍ୟସ୍ତ, ଜି. ଉଦୟଗିରିରେ ସର୍ବାଧିକ ଥଣ୍ଡା

author img

By ETV Bharat Odisha Team

Published : Dec 19, 2023, 10:03 AM IST

Updated : Dec 19, 2023, 10:56 AM IST

Cold Wave Grips Odisha: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ହାଡ଼ଭଙ୍ଗା ଶୀତରେ ବୌଦ୍ଧରେ ଜନଜୀବନ ଅସ୍ତବ୍ୟସ୍ତ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ

ବୌଦ୍ଧ: ରାଜ୍ୟରେ ଖସୁଛି ପାରଦ, ବଢୁଛି ଜାଡ଼ । ଅସହ୍ୟ ଜାଡ଼ରେ ଥରହର ହେଉଛି ସାରା ଓଡ଼ିଶା । ସବୁଠି ହାଡଭଙ୍ଗା ଜାଡ଼ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ପାଖାପାଖି ରହୁଛି । ଆଜି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ ହୋଇଛି । କିଛି କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖୁଥିବା ବେଳେ ମଞ୍ଜଥରା ଜାଡ଼ ଲୋକଙ୍କୁ କଲବଲ କରୁଛି । ମଣିଷଠୁ ନେଇ ପଶୁପକ୍ଷୀ ଯାଏଁ ସମସ୍ତେ ଅହସ୍ୟ ଶୀତରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ସକାଳେ ସନ୍ଧ୍ୟାରେ ଲୋକେ ଶୀତରୁ ରକ୍ଷା ପାଇବାକୁ ରାସ୍ତାକଡ଼ରେ ନିଆଁ ଜାଳି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଦିନକୁ ଦିନ ପାରଦ ଖସିବା ସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଚଳିତ ବର୍ଷ ଲଘୁଚାପ ବର୍ଷା ଯୋଗୁଁ ଟିକିଏ ବିଳମ୍ବିତରେ ଶୀତ ପହଞ୍ଚି ଥିବାବେଳେ ହଠାତ ଗତ କିଛି ଦିନ ମଧ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ବୌଦ୍ଧର ତିନୋଟି ବ୍ଲକରେ କିଛି ଦିନ ହେଲା ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସବୁଆଡେ କୁହୁଡି ଆଚ୍ଛାଦିତ କରି ରଖୁଛି । ସେପଟେ ଏହି ଶୀତର ପ୍ରକୋପକୁ ଖାତିର ନକରି ଚାଷୀ ତା'ର ବିଲରୁ ଧାନ ଅମଳ କାର୍ଯ୍ୟରେ ଲାଗି ପଡ଼ିଛି ।

ଏହା ମଧ୍ୟ ପଢନ୍ତୁ: ଶୀତ ପାଲିଙ୍କିରେ ଗାଁଠୁ ସହର... ଗରିବ ପାଇଁ କି ଅବା ଶୀତ କି ଅବା ବସନ୍ତ

ସନ୍ଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବା ସହିତ ଚାରିଆଡେ ଘନ କୁହୁଡିର ଆସ୍ତାରଣ ଦେଖିବାକୁ ମିଳୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ସକାଳେ ସନ୍ଧ୍ୟାରେ ଲୋକେ ନିଆଁ ଜାଳି ବସୁଛନ୍ତି । ମର୍ଣ୍ଣିଂ ୱାର୍କ ଏବଂ ବ୍ୟାୟାମ ପାଇଁ କାଁ ଭାଁ ଲୋକେ ବାହାରକୁ ଯାଉଛନ୍ତି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ପ୍ରାୟ ୧୫ ଡିଗ୍ରୀ ପାଖାପାଖି ରହୁଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବରେ ଗରିବ, ଅସହାୟ, ଭିକ୍ଷା ବୃତ୍ତି କରି ଚଳୁଥିବା ଲୋକମାନଙ୍କ ଦୁଃଖ ବେଶୀ ବଢିଯାଇଛି । ଏହାଛଡା ଗାଈଗୋରୁ, ପଶୁ ପକ୍ଷୀମାନେ ପ୍ରବଳ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Dec 19, 2023, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.