ETV Bharat / state

ଆଉ କିଛି ସମୟ ଅପେକ୍ଷା, ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡି ହେବ ବୌଦ୍ଧ

author img

By

Published : Nov 25, 2021, 2:08 PM IST

ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବେ । ଏହା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ । ଅଧିକ ପଢନ୍ତୁ

ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡି ହେବ ବୌଦ୍ଧ
ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡି ହେବ ବୌଦ୍ଧ

ବୌଦ୍ଧ: ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର (BSKY Smart Health Card) ଶୁଭାରମ୍ଭ କରିବେ । ଏହା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବେ । ଭିଡିଓ କନଫେରନ୍ସି ଜରିଆରେ ଏହି କାର୍ଯ୍ୟକ୍ରମ ହେବ ।

ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡି ହେବ ବୌଦ୍ଧ

ବହୁ ଦିନର ଅପେକ୍ଷା ଆଜି ଶେଷ ହେବ । ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେବେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି । ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ । ଏହାଦ୍ବାରା ଜିଲ୍ଲାର ସମୁଦାୟ 3 ଲକ୍ଷ 72 ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଉପକୃତ ହେବେ ।

କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଦୁଇ ମନ୍ତ୍ରୀଙ୍କ ସମେତ କନ୍ଧମାଳ ସାଂସଦ ଓ ବୌଦ୍ଧ, କଣ୍ଟାମାଳ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର 22 ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ 57 ଗୋଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ଏହି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଦ୍ବାରା ଜିଲ୍ଲାବାସୀ ଉପକୃତ ହେବେ ବୋଲି କହିଛନ୍ତି ବିଜେଡି ଜିଲ୍ଲା ପ୍ରଭାରୀ ସୌଭାଗ୍ୟ ରଞ୍ଜନ ନାଏକ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.