ETV Bharat / state

ମୁକ୍ତା ଯୋଜନାରେ ବୌଦ୍ଧକୁ ମିଳିଲା 2.52କୋଟି

ସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା । ଏହା ମାଧ୍ୟମରେ ରାଜ୍ୟ ସରକାର ପୌରାଞ୍ଚଳର ଉନ୍ନତି ନିମନ୍ତେ ୨.୫୨କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 11, 2023, 10:32 AM IST

Updated : Jun 12, 2023, 8:07 AM IST

Urban area development under mukta scheme

ବୌଦ୍ଧ: ରାଜ୍ୟ ସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା । ଏହା ମାଧ୍ୟମରେ ରାଜ୍ୟ ସରକାର ପୌରାଞ୍ଚଳର ଉନ୍ନତି ନିମନ୍ତେ ୨.୫୨କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି । ଏସବୁ ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ବାରା ମହିଳା ଗୋଷ୍ଠୀଙ୍କ ପରିବାରର ଆର୍ଥିକ ଅଭିବୃଦ୍ଧି ସହିତ ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି । ବର୍ତ୍ତମାନ ପୁଣିଥରେ ରାଜ୍ୟ ସରକାର ଅଢେଇ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବାରୁ ମହିଳା ଗୋଷ୍ଠୀ ଖୁସି ପ୍ରକାଶ କରିଛନ୍ତି ।

ତେବେ ମହାନଦୀ କୂଳରେ ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ । ୬୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଗଠିତ ହୋଇଥିବା ବୌଦ୍ଧ ଏନଏସି ପରିବର୍ତ୍ତିତ ସମୟରେ ଅନେକ ବିକାଶ କାର୍ଯ୍ୟ ସମୟାନୁକ୍ରମରେ ହୋଇ ଆସିଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାର ଏକମାତ୍ର ଏନଏସିର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାଗୀଦାରୀ ହୋଇଥିବା ବେଳେ ସହରାଞ୍ଚଳରେ ମହିଳା ଗୋଷ୍ଠୀକୁ ଅଧିକ ସଶକ୍ତ ତଥା ଆର୍ଥିକ ସ୍ବାବଲମ୍ବୀ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସ୍ବଚ୍ଛ ସାଥୀ, ଜଳମିତ୍ର,ମିଲେଟ ଶକ୍ତି କାଫେ, ମିଶନ ଶକ୍ତି କାଫେ ଭଳି ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମୁକ୍ତା ଯୋଜନା ମାଧ୍ୟମରେ ମହିଳା ଗୋଷ୍ଠୀର ଭାଗିଦାରୀରେ ଜାରି ରହିଛି । ମୁକ୍ତା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ମିନି ପାର୍କ,ଜିମ,ଭୂତଳ ଜଳ ସଂରକ୍ଷଣ,ପାଥ ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଛି ।

ସେହିପରି ରାଜ୍ୟ ସରକାରଙ୍କ ଜାଗା ମିଶନରେ ଶହ ଶହ ଭୂମିହୀନ ପ୍ରଜାଙ୍କୁ ଥଇଥାନ କରାଯାଇଥିଲା । ଏଥିସହ ବିଭିନ୍ନ ବସ୍ତିରୁ ଉଚ୍ଛେଦ ହେଉଥିବା ଗରିବ ପରିବାର ନିମନ୍ତେ ଇରିଗେସନ କଲୋନୀ ନିକଟରେ ବିଜୁ ଆଦର୍ଶ କଲୋନୀର ପ୍ରତିଷ୍ଠା କରାଯାଇଛି । ସେଠାରେ ହିତାଧିକାରୀଙ୍କୁ ଆବାସ, ପାନୀୟଜଳ, ବିଦ୍ୟୁତ, ମିନି ପାର୍କ, ଅଙ୍ଗନବାଡି, ଶିକ୍ଷାନୁଷ୍ଠାନର ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଯେଉଁ ଅଞ୍ଚଳ ଦିନେ ଅତ୍ୟନ୍ତ ପରିତ୍ୟକ୍ତ ହୋଇ ପଡିରହିଥିଲା ବର୍ତ୍ତମାନ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦିତ ହେବା ସହିତ ଉକ୍ତ କାର୍ଯ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି । ପ୍ରାୟ 186 ଜଣ ମହିଳା ବିଭିନ୍ନ ଗୋଷ୍ଠୀର ସଦସ୍ୟ ହୋଇ ଏଭଳି ଉନ୍ନୟନ କାର୍ଯ୍ୟରେ ସାମିଲ ହୋଇ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି ।

ତେଣୁ ପୌରାଞ୍ଚଳର ଅଧିକ ବିକାଶ ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା ମାଧ୍ୟମରେ ବୌଦ୍ଧ ଏନଏସି ପାଇଁ୨.୫୨ କୋଟିର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏନେଇ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ, ନଗରପାଳ, ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ପ୍ରମୁଖଙ୍କ ଉପସ୍ଥିତି ରେ 5t ସଚିବ ଭି କେ ପାଣ୍ଡିଆନ ଆଭାସି ମାଧ୍ୟମରେ ଆଲୋଚନା କରିଥିଲେ । ଏଥିସହ 5t ସଚିବ ସହରାଞ୍ଚଳର ମହିଳା ଗୋଷ୍ଠୀଙ୍କ ଆର୍ଥିକ ଅଭିବୃଦ୍ଧିରେ ଯେମିତି କୌଣସି ସମସ୍ୟା ନରୁହେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Jun 12, 2023, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.