ବୌଦ୍ଧ: କୁନି ହାତରେ କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଚିତ୍ର ଆଙ୍କି ସର୍ବ ଭାରତୀୟ ସ୍ତରରେ ତୃତୀୟ ପୁରସ୍କାର ପାଇଛନ୍ତି । ଜିଲ୍ଲାର ଜହ୍ନାପଙ୍ଗ ଗ୍ରାମର ଆଠ ବର୍ଷର କୁନି ଚିତ୍ରଶିଳ୍ପୀ ସ୍ବସ୍ତିକ ସୁଚିନ୍ତନ ପ୍ରଧାନ । ପିଲାବେଳରୁ ନିଜ କାକାଙ୍କ ଠାରୁ ଚିତ୍ର ଶିକ୍ଷା ପ୍ରତି ଆକର୍ଷିତ ହୋଇ ଚିତ୍ର ଆଙ୍କି ଚାଲିଛନ୍ତି । ବର୍ତ୍ତମାନ ସ୍ବସ୍ତିକ ବୌଦ୍ଧ ସ୍ଥିତ ଏକ ଘରୋଇ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ।
![ଚତୁର୍ଥ ଶ୍ରେଣୀର କୁନି ଚିତ୍ରଶିଳ୍ପୀ ସର୍ବଭାରତୀୟ ସ୍ତରରେ ତୃତୀୟ](https://etvbharatimages.akamaized.net/etvbharat/prod-images/8452292_dkdl.jpg)
ନିଫା ଦ୍ବାରା ଆୟୋଜିତ ସର୍ବ ଭାରତୀୟ ସ୍ତରର ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ତୃତୀୟ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ସ୍ବସ୍ତିକ କୋରୋନା ବିରୁଦ୍ଧ ଲଢେଇରେ ସାମିଲ ଥିବା ସ୍ବାସ୍ଥ୍ୟ, ପୋଲିସ, ସଫେଇ, ଅଗ୍ନିଶମ, ସାମ୍ବାଦିକ ଆଦିଙ୍କ ଉପରେ ଏକ ସାମାଜିକ ବାର୍ତ୍ତା ସମ୍ବଳିତ ଚିତ୍ର ଆଙ୍କି ଏହି ପୁରସ୍କାର ପାଇଛନ୍ତି ।
![ଚତୁର୍ଥ ଶ୍ରେଣୀର କୁନି ଚିତ୍ରଶିଳ୍ପୀ ସର୍ବଭାରତୀୟ ସ୍ତରରେ ତୃତୀୟ](https://etvbharatimages.akamaized.net/etvbharat/prod-images/8452292_sqa.jpg)
ଏହି ପୁରସ୍କାର ପାଇ ସେ ଓ ତାଙ୍କ ପରିବାର ଏବେ ବେଶ ଆନନ୍ଦିତ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ