ETV Bharat / state

ବୌଦ୍ଧରେ ଛଟ ପୂଜା, ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ଆଜି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଏକତ୍ରିତ ହୋଇ ଛଟଦେବୀଙ୍କ ପୂଜାର୍ଚ୍ଚନା ସମାପନ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 20, 2023, 11:08 AM IST

chhat puja
chhat puja
chhat puja

ବୌଦ୍ଧ: ଛଟ ପର୍ବ ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା । ଲୋକଙ୍କ ଆସ୍ଥାର ପର୍ବ ଛଟ ପର୍ବ ପାଳନ ଲାଗି ଜିଲ୍ଲାରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଏହି ପର୍ବ ଗତ ୧୭ ତାରିଖରୁ ଆରମ୍ଭ ହୋଇ ଆଜି ସମାପନା ହୋଇଛି । ଆଜି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ବ୍ରତଧାରୀମାନେ ଏକତ୍ରିତ ହୋଇ ଉଦଯାପନୀ ଉତ୍ସବ ପାଳନ କରିଛନ୍ତି । ପୁଣ୍ୟତୋୟା ମହାନଦୀ ତଟରେ ଆଜି ସୂର୍ଯ୍ୟଙ୍କ ପୂଜା ସହିତ ମାତା ଛଟଦେବୀଙ୍କ ପୂଜାର୍ଚ୍ଚନା ସମାପନ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ଛଟ ପୂଜା ପାଳନ, ଜମୁଛି ବ୍ୟବସାୟୀଙ୍କ ବେପାର

ତେବେ ବୌଦ୍ଧ ଜିଲ୍ଲାର ମହାନଦୀ କୂଳରେ ଥିବା ପବିତ୍ର ଆଳତୀ ଘାଟଠାରେ ଛଟ ପୂଜନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏଥିରେ ବିଶେଷ ଭାବରେ ଜିଲ୍ଲାରେ ବସବାସ କରୁଥିବା ବିହାରି ସଂପ୍ରଦାୟ ଓ ମାରଓ୍ବାଡି ସଂପ୍ରଦାୟର ମହିଳା ଓ ଯୁବତୀମାନେ ଏକତ୍ରିତ ହୋଇ ଏହି ଛଟଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ । ଗତ ୪ଦିନ ଧରି ଏହି ପୂଜନ ଉତ୍ସବ ଚାଲିଥିବା ବେଳେ ପ୍ରଥମ ଦୁଇ ଦିନ ଘରେ ଓ ଶେଷ ଦୁଇ ଦିନ ଆଳତୀ ଘାଟରେ ନିଷ୍ଠା ଓ କାଷ୍ଠାର ସହିତ ବ୍ରତଧାରୀମାନେ ପାଳନ କରିଥିଲେ । ଗତ ଦୁଇ ଦିନ ଧରି ସମ୍ପୂର୍ଣ୍ଣ ଉପବାସ ରହି ବ୍ରତଧାରୀମାନେ ଆଜି ପବିତ୍ର ଗୋପାଷ୍ଟମୀ ଅବସରରେ ବିଳମ୍ବିତ ରାତିରୁ ମହାନଦୀର ଆଳତୀ ଘାଟରେ ଉପସ୍ଥିତ ରହି ଛଟଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ଧୁମଧାମରେ ପାଳନ ହେଉଛି ଛଟ ପୂଜା, ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କଲେ ବ୍ରତଧାରୀ

ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ଓ ବ୍ରତଧାରୀମାନେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଦର୍ଶନ ସହିତ ଅର୍ଘ୍ୟ ଅର୍ପଣ କରି ବ୍ରତ ଭାଙ୍ଗିଥିଲେ । ପୌରାଣିକ କଥାବସ୍ତୁ ଅନୁସାରେ ମହାପରାକ୍ରମୀ କର୍ଣ୍ଣ ସୂର୍ଯ୍ୟ ଦେବଙ୍କ ପରମ ଭକ୍ତ ଥିଲେ । ଦୀର୍ଘ ସମୟ ଧରି ଜଳ ମଧ୍ୟରେ ରହି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରି ତାଙ୍କ ଆଶୀର୍ବାଦ ପାଇପାରିଥିଲେ । ତେଣୁ ପରିବାରର ସୁଖ ସମୃଦ୍ଧି ତଥା ଜଗତର ମଙ୍ଗଳ କାମନା କରି ଆଜି ଶହ ଶହ ଶ୍ରଦ୍ଧାଳୁ ବ୍ରତଧାରୀ ମହାନଦୀର ଆଳତୀ ଘାଟରେ ଏକତ୍ରିତ ହୋଇ ଏହି ଛଟଦେବୀ ପୂଜନର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.