ETV Bharat / state

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା - Priyanka gandhi arrest

ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ନେଇ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କଲା ବୌଦ୍ଧ ଜିଲ୍ଲା କଂଗ୍ରେସ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ବିଜେପି କୃଷି ବିରୋଧୀ ସରକାର ବୋଲି କହିଲା କଂଗ୍ରେସ। ଅଧିକ ପଢନ୍ତୁ...

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Oct 7, 2021, 6:15 AM IST

ବୌଦ୍ଧ: ଉତ୍ତରପ୍ରଦେଶରେ ଚାଷୀ ଆନ୍ଦୋଳନବେଳେ ହୋଇଥିବା ଅଘଟଣରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀକୁ ବିରୋଧ କରି ବୌଦ୍ଧ ଜିଲ୍ଲା କଂଗ୍ରେସର କ୍ୟାଣ୍ଡେଲ ରାଲି । ଏହା ସହିତ ସହିତ କେନ୍ଦ୍ରର ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବୌଦ୍ଧ ଜିଲ୍ଲା କଂଗ୍ରେସ।

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀ ପ୍ରତିବାଦରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଆରମ୍ଭରୁ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଏହି ଆଇନକୁ କଳା ଆଇନ ଭାବରେ ଅଭିହିତ କରି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଆସିଛି । ତେବେ ଏଭଳି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ସୀତାପୁର ଠାରେ ଗିରଫଦାରୀର ତୀବ୍ର ବିରୋଧ କରାଯାଇଛି । ବୁଧବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଏନଏସି ଛକ ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସର ନେତା ଓ କର୍ମୀ ଏହି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରିୟଙ୍କାଙ୍କ ଗିରଫଦାରୀ ଅଗଣତାନ୍ତ୍ରିକ ବୋଲି କହିବା ସହ କେନ୍ଦ୍ରର ବିଜେପି ସରକାର କୃଷକ ବିରୋଧୀ ସରକାର ବୋଲି ବର୍ଣ୍ଣନା କରି ବର୍ଷିଥିଲା କଂଗ୍ରେସ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.