ETV Bharat / state

ଚିରା କାଗଜରେ ଚାଲାଣ କାଟିଲା ପୋଲିସ - ଚିରା କାଗଜରେ ଚାଲାଣ କାଟିଲା ପୋଲିସ

କୋରୋନା ସମୟରେ ଗାଡି ଚେକିଂ କରାଯାଇ ଚିରା କାଗଜ ଖଣ୍ଡେ ଦିଆଯାଇ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଛି । ସେପଟେ କୋରୋନା ଜନିତ ମୃତ୍ୟୁ ପରେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ ...

ଚିରା କାଗଜରେ ଚାଲାଣ କାଟିଲା ପୋଲିସ
ଚିରା କାଗଜରେ ଚାଲାଣ କାଟିଲା ପୋଲିସ
author img

By

Published : May 11, 2021, 6:45 AM IST

ବୌଦ୍ଧ: କୋରୋନାର ଦୃତ ଗତିରେ ବୃଦ୍ଧି ସହିତ ଧିରେ ଧିରେ ହଜି ଯିବାରେ ଲାଗିଛି ମାନବିକତା । ଫଳରେ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂକ୍ରମଣ ଚିହ୍ନଟ ହୋଇ ପାଞ୍ଚ ହଜାର ମୁହାଁ ହେଲାଣି । ବୌଦ୍ଧ ଜିଲ୍ଲା ପ୍ରଶାସନର ଚେଷ୍ଟା ସତ୍ତ୍ୱେ କିଛି ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣର ନୂଆ ଠିକଣା ପାଲଟିଛି ବିଭିନ୍ନ ବିବାହ ଉତ୍ସବ ।

ବ୍ୟବସାୟୀଙ୍କୁ ଚିରା କାଗଜରେ ଚାଲାଣ କାଟି ଧରାଇଲା ପୋଲିସ

ସେପଟେ ଏସବୁ ସ୍ଥାନକୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କିଛି ଅସାଧୁ କର୍ମଚାରୀ ପକେଟ ଗରମ କରିବାରେ ବ୍ୟସ୍ତ ଥିବା ଚର୍ଚ୍ଚା ହେଉଛି । ସେପଟେ ଆଜି ପୁଣି ମନମୁଣ୍ଡାରୁ ଆସିଛି ସାଙ୍ଘାତିକ ଅଭିଯୋଗ । ସୂଚନା ମୁତାବକ ବୌଦ୍ଧଠାରୁ ସୋନପୁର ଗାଡିରେ ମାଛ ନେଇ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ମନମୁଣ୍ଡା ଠାରେ ସ୍ଥାନୀୟ ପୋଲିସ ଫାଇନ କାଟିବା ନାରେ ଏକଛୋଟ ଚିରା କାଗଜରେ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଛି ।

ଏସମ୍ପର୍କରେ ଆମେ ବୌଦ୍ଧ ଏସପିଭି ରଘୁନାଥ ରାଓ ଙ୍କୁ ଯୋଗାଯୋଗ କରିବାରୁ ସେ ଏହା ଆଦୌ ହେବାକଥା ନୁହେଁ ଓ ଏହାର ତଦନ୍ତ କରିବେ ବୋଲି ସୂଚନା ମିଳିଛି । ସେପଟେ କୋରୋନା ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ମୃତକଙ୍କ ପରିବାରଠାରୁ ଶବ ଶତ୍କାର ଓ ଅନ୍ୟ ସହଯୋଗ ପାଇଁ ଅର୍ଥ ଆଦାୟ କରାଯାଉଥିବା ଭଳି ଅମାନବୀୟ କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।ଏଭଳି ବିପତ୍ତି ସମୟରେ ଏଭଳି ଅଶୋଭନୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.