ETV Bharat / state

ଲକଡାଉନ ସମୟରେ ବେଆଇନ ଇଟାଭାଟି ମାଫିଆଙ୍କ ଦାଦାଗିରି - ବୌଦ୍ଧ ଖବର

ଲକଡାଉନ ନିୟମ ଭାଙ୍ଗିଲେ ବେଆଇନ ଇଟାଭାଟି ମାଲିକ । ବାଉଁଶୁଣୀ ପୋଲିସ ଦୁଇଟି ଟ୍ରକକୁ ଜବତ କରି ଦୁଇଜଣଙ୍କୁ କଲା ଗିରଫ । ଅଧିକ ପଢ଼ନ୍ତୁ...

brick klin mafia, violating lockdown rules, police seized 2 trucks, arrested two person, ଇଟାଭାଟି ମାଫିଆଙ୍କ ଦାଦାଗିରି, ଲକଡାଉନ, ବେଆଇନ ଇଟାଭାଟି ମାଲିକ, ବୌଦ୍ଧ ଖବର, boudh news
ଲକଡାଉନ ସମୟରେ ବେଆଇନ ଇଟାଭାଟି ମାଫିଆଙ୍କ ଦାଦାଗିରି
author img

By

Published : Apr 10, 2020, 11:48 PM IST

ବୌଦ୍ଧ: ଲକଡାଉନ ସମୟରେ ବେଆଇନ ଇଟାଭାଟି ମାଲିକଙ୍କ ଦାଦାଗିରି । ସମସ୍ତ ସରକାରୀ କଟକଣାକୁ ବେଖାତିର କରି ଟ୍ରକ ଟ୍ରକ ପଥର କୋଇଲା ଆଣି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିଲେ । ଘଟଣାର ସୁରାକ ପାଇ ବାଉଁଶୁଣୀ ପୋଲିସ ଦୁଇଟି ଟ୍ରକକୁ ଜବତ କରି ଦୁଇଜଣଙ୍କୁ ଗିରଫ ପରେ ମାଫିଆ ମାନେ ଉତ୍ୟକ୍ତ ହୋଇ ଜଣେ ଯୁବକକୁ ପୋଲିସ ଇନଫରମର ସନ୍ଦେହରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଲକଡାଉନ ସମୟରେ ବେଆଇନ ଇଟାଭାଟି ମାଫିଆଙ୍କ ଦାଦାଗିରି

ଲକଡାଉନ ଯୋଗୁଁ ଏବେ ସବୁଆଡେ ଶୂନସାନ । କିନ୍ତୁ ଗ୍ରାମାଞ୍ଚଳରେ ମାଫିଆ ମାନେ ଖୁଲମଖୁଲା ଏହି ନିୟମକୁ ଉଲଙ୍ଘନ କରି ବେଆଇନ ଇଟାଭାଟି ତିଆରି କରୁଥିବା ଅଭିଯୋଗ ହୋଇଛି । ଏପରିକି ପ୍ରତ୍ୟେକ ଦିନ ବହୁ ଶ୍ରମିକଙ୍କୁ ଏକତ୍ରିତ କରି ସାମାଜିକ ଦୂରତା ନିୟମକୁ ଉଲଙ୍ଘନ ସହିତ ଜିଲ୍ଲା ବାହାରୁ ଟ୍ରକ ଟ୍ରକ ପଥର କୋଇଲା ଆଣି ଏହି ବେଆଇନ କାର୍ଯ୍ୟ ଚଲାଇଥିଲେ । ଏହାର ଖବର ପାଇ ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ପଞ୍ଚାୟତରେ ଚଢାଉ କରି ଦୁଇଟି କୋଇଲା ବୋଝେଇ ଟ୍ରକ ସହିତ ଦୁଇ ଡ୍ରାଇଭରକୁ ଗିରଫ କରାଯାଇଛି ।

ସେପଟେ ଏହି ଘଟଣାରେ ପୋଲିସ ଇନଫରମର ସନ୍ଦେହରେ ରାଉତବାହାଲ ଗାଁର ନରେଶ କୁମାର ପ୍ରଧାନଙ୍କୁ କିଛି ମାଫିଆ ଆକ୍ରମଣ କରି ମାଡ ମାରିଥିବା ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବୁଦ୍ଧିଜୀବୀ ଏଭଳି ଘଟଣାର ତୀବ୍ର ନିନ୍ଦା କରିବା ସହିତ ଏନେଇ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.