ETV Bharat / state

ଗାଁକୁ ପହଞ୍ଚୁନି ଆମ୍ବୁଲାନ୍ସ, ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ

author img

By

Published : Dec 9, 2021, 2:10 PM IST

ମାଳ ମାଳ ଯୋଜନା ସତ୍ତ୍ବେ ବି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ । ଆମ୍ବୁଲାନ୍ସ ପହଞ୍ଚି ଆସିପାରିବା ଯୋଗୁଁ ଦୁଇ କିଲୋମିଟର ବୁହା ହେଉଛି ରୋଗୀ । ସମସ୍ୟାର ସ୍ଥାୟୀ ସମାଧାନ ଦାବିି କରି ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ । ଜାଣନ୍ତୁ କେଉଁଠି ।

ଗାଁକୁ ପହଞ୍ଚୁନି ଆମ୍ବୁଲାନ୍ସ, ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ
ଗାଁକୁ ପହଞ୍ଚୁନି ଆମ୍ବୁଲାନ୍ସ, ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ

ବୌଦ୍ଧ: ସ୍ବାଧୀନତାକୁ ଦୀର୍ଘ ବର୍ଷ ବିତିଛି । ବିକାଶ ନାଁରେ ମାଳ ମାଳ ଯୋଜନା ହେଉଛି । ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଆଜି ବି ଅନେକ ଗାଁରେ ଅପହଞ୍ଚ ବିକାଶ ଗାଡି । ଏବେ ବି ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ପାଲଟିଛି ଦିବା ସ୍ବପ୍ନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୯ ନମ୍ବର ଜୋନ ଅନ୍ତର୍ଗତ ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତରୁ ବିକାଶର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।

ଜିଲ୍ଲାର ତଳଗାଁ, ମହାଲିକପଡା, କୁଶଙ୍ଗ, ଆଢେଣୀଗଡ, ଛତରଙ୍ଗ ଭଳି ବିଭିନ୍ନ ପଞ୍ଚାୟତର ବଣପାହାଡ ଘେରା ଗ୍ରାମଗୁଡିକୁ ଅନେକ ସ୍ଥାନରେ ସବୁଦିନିଆ ରାସ୍ତା ନାହିଁ । ଫଳରେ ଏସବୁ ଗ୍ରାମ ଗୁଡିକରେ ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଏପରିକି ଆମ୍ବୁଲାନ୍ସ ସେବା ମଧ୍ୟ ଠିକ୍ ସମୟରେ ପାଇପାରୁନାହାନ୍ତି ଲୋକେ । ତେଣୁ ଆବଶ୍ୟକସ୍ଥଳେ ରୋଗୀକୁ ଦୀର୍ଘ ଦୁଇ କିଲୋମିଟର ଭାରରେ ବୋହି ନେବାକୁ ପଡୁଛି ।

ଏନେଇ ହିଞ୍ଜଳ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପଞ୍ଚାୟତ ଠାରୁ ନେଇ ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଆସୁଛନ୍ତି । ହେଲେ କୌଣସି ସୁଫଳ ନ ମିଳିବାରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର କୌଣସି ପ୍ରତିକାର ନ ହୁଏ ତେବେ ଅଞ୍ଚଳବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.