ETV Bharat / state

ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଲା ବୌଦ୍ଧ ପୋଲିସ - hand

ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛି ବୌଦ୍ଧ ପୋଲିସ । ଏନେଇ 2ଟି ଗାଡିରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ବାତ୍ୟା ବିପନ୍ନ ପୁରୀବାସୀଙ୍କୁ ଆସନ୍ତାକାଲି ଯୋଗାଇ ଦିଆଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 14, 2019, 3:17 PM IST

ବୌଦ୍ଧ: ବାତ୍ୟା 'ଫନି' ଚାଲିଯିବା ପରେ ଲୋକଙ୍କ ଦୁଃଖ ବଢିବାରେ ଲାଗିଛି । ବାତ୍ୟା ପ୍ରଭାବିତ ଅଞ୍ଚଳ, ଉଜୁଡା ଘର ଓ ଅସହାୟ ମଣିଷଙ୍କ ଦୁର୍ଦ୍ଦଶା କହିଲେ ନସରେ । ଗୋଟିଏ ପଟେ ଅସହ୍ୟ ଗରମ, ଅନ୍ୟପଟେ ପେଟ ପାଇଁ ଖାଦ୍ୟ ନିହାତି ଜରୁରୀ । ଫନି ପ୍ରଭାବିତଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏନେଇ ସହାୟତାର ହାତ ବଢାଇଛନ୍ତି ବୌଦ୍ଧ ଜିଲ୍ଲାର ପୋଲିସ ପ୍ରଶାସନ । ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ବୌଦ୍ଧ ପୋଲିସ ପକ୍ଷରୁ 2ଟି ଗାଡିରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ବାତ୍ୟା ବିପନ୍ନ ପୁରୀବାସୀଙ୍କୁ ଯୋଗାଇ ଦିଆଯିବ ।

ଆସନ୍ତାକାଲି ସକାଳ ସୁଦ୍ଧା ଏ ସମସ୍ତ ରିଲିଫ ସାମଗ୍ରୀ ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ ବୋଲି ବୌଦ୍ଧ ଜିଲ୍ଲା ଥାନା ଅଧିକାରୀ ତପସ୍ବୀନି ପ୍ରହରାମ ସୂଚନା ଦେଇଛନ୍ତି । ଏହାସହ ସମସ୍ତ ସାମଗ୍ରୀକୁ ସେଠାକାର ପୋଲିସ ପ୍ରଶାସନର ସହାୟତାରେ ସ୍ଥାନୀୟ ଅଞ୍ଚଳରେ ବଣ୍ଟନ କରାଯିବ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

sdfd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.