ETV Bharat / state

ସରକାରୀ କର୍ମଚାରୀଙ୍କ ଅଭାବ ପୂରଣ ଓ ଆଉଟ ସୋର୍ସିଂ ପ୍ରଥା ଉଚ୍ଛେଦ ପାଇଁ ଦାବି - ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି

ବୌଦ୍ଧ ଜିଲ୍ଲାର ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ । ତେବେ ଏହି ପଦବୀ ପୂରଣ କରିବା ସହ ଆଉଟ ସୋର୍ସିଂ ପ୍ରଥା ଉଛେଦ ପାଇଁ ଦାବି କରିଛି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 28, 2023, 8:44 PM IST

ଆଉଟ ସୋର୍ସିଂ ପ୍ରଥା ଉଚ୍ଛେଦ ପାଇଁ ଦାବି

ବୌଦ୍ଧ: ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ । ଜିଲ୍ଲାର ସରକାରୀ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ନେଇ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ 4200 ଗ୍ରେଡ୍‌ ପେ' ନେଇ ସରକାର ସମାଧାନ ନକଲେ ସାରା ରାଜ୍ୟର ସରକାରୀ କର୍ମଚାରୀ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏନେଇ ଆଜି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା ହୋଇଛି ।

ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକ ମୁତାବକ କର୍ମଚାରୀ ନଥିବାରୁ ଦିନକୁ ଦିନ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲ୍ଲାର ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସେପଟେ ସାରା ରାଜ୍ୟରେ 4200 ଗ୍ରେଡପେ' ପାଇଁ ଚାଲିଥିବା ଆନ୍ଦୋଳନ ଆସନ୍ତା 1 ତାରିଖରେ ରୂପ ବଦଳାଇ ସମସ୍ତ ସରକାରୀ କର୍ମଚାରୀ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି ।

ଅନ୍ୟପଟେ ସରକାର କର୍ମଚାରୀଙ୍କ ସିଧାସଳଖ ନିଯୁକ୍ତି ନକରି ଆଉଟ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଉଥିବାରୁ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ଏ ସମ୍ପର୍କରେ ରବିବାର ବୌଦ୍ଧ ଜିଲ୍ଲା ଏନଜିଓ ସିସି ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅବଗତ କରାଯାଇଛି । ଆଜି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ମନ୍ତ୍ରୀ ଅମାତଙ୍କ ସହିତ ନଗରପାଳ ମୃତୁଞ୍ଜୟ ମିଶ୍ର, ସମିତିର ଅଧ୍ୟକ୍ଷ ଦିଲ୍ଲୀପ ବିଶି ଓ ସଂପାଦକ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- ଆସନ୍ତାକାଲିଠାରୁ +2 ନାମଲେଖା ପାଇଁ ଆବେଦନ, ଜୁନ ୨୮ରେ ପ୍ରଥମ ମେରିଟ୍ ଲିଷ୍ଟ

ତେବେ ଏହି ସାଧାରଣ ପରିଷଦ ବୈଠକରେ କର୍ମଚାରୀଙ୍କ ପ୍ରତି ହେଉଥିବା ଉତ୍ପୀଡନ ଓ କେତେକ ନ୍ୟସ୍ତ ସ୍ବାର୍ଥ କର୍ମଚାରୀଙ୍କ ଅପପ୍ରଚାରର ତୀବ୍ର ନିନ୍ଦା କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ସହିତ ଆଉଟ ସୋର୍ସିଂ ପ୍ରଥା ଉଚ୍ଛେଦ ପାଇଁ ସମିତି ପକ୍ଷରୁ ଦାବି କରାଯାଇଥିଲା । ଆଉଟ ସୋର୍ସିଂ କର୍ମଚାରୀ ନିଯୁକ୍ତି ଦ୍ବାରା ବିଭିନ୍ନ ସମୟରେ ଅନିୟମିତତା ଘଟଣା ଘଟୁଥିବା ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ କୌଣସି ବିଭାଗର ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଜରୁରୀ ଦାୟିତ୍ବ ପ୍ରଦାନ କିମ୍ବା ଅନିୟମିତତା ନେଇ ଅଭିଯୋଗ ମିଳିଲେ ଏଥିପାଇଁ ସିଧାସଳଖ ସମ୍ପୃକ୍ତ ବିଭାଗର ଅଧିକାରୀ ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ।

କର୍ମଚାରୀ ସଂଗଠନ ଜିଲ୍ଲାର ଉନ୍ନତି ତଥା ହିତ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ବିଭିନ୍ନ ସମୟରେ କର୍ମଚାରୀମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିବା ସମିତି ପକ୍ଷରୁ ସୂଚନା ଦିଆଯିବା ସହିତ ମନ୍ତ୍ରୀଙ୍କୁ 10 ଦଫା ଦାବି ସମ୍ପର୍କରେ ଅବଗତ କରାଯାଇଥିଲା । ସମସ୍ତ ବିଭାଗର କର୍ମଚାରୀଙ୍କୁ ଠିକ୍‌ ସମୟରେ ପଦୋନ୍ନତି, ଖାଲିପଡ଼ିଥିବା ପଦବୀ ପୂରଣ, କ୍ବାଟର ନିର୍ମାଣ, କେନ୍ଦୁପତ୍ର ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା ସହିତ ଠିକା ପଦବୀ ଉଚ୍ଛେଦ ପାଇଁ ଦାବି କରାଯାଇଥିଲା । ଏହାଛଡ଼ା ଜିଲ୍ଲାରେ ଥିବା 67ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଥିଲା ।

ବର୍ତ୍ତମାନ ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚର ସମସ୍ତ ସରକାରୀ କର୍ମଚାରୀ କଳାବ୍ୟାଚ ପରିଧାନ ପୂର୍ବକ 4200 ଗ୍ରେଡ୍‌ ପେ' ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ମେ' 22 ତାରିଖଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ସମସ୍ତ ସରକାରୀ କର୍ମଚାରୀ ଆସନ୍ତା ଜୁନ୍‌ 1 ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ମନ୍ତ୍ରୀ ଅମାତଙ୍କୁ ଅବଗତ କରାଯିବା ସହିତ ଏନେଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.