ETV Bharat / state

କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟୀଙ୍କ ବୈଠକ - କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟୀଙ୍କ ବୈଠକ

ବୌଦ୍ଧରେ ଟେଣ୍ଟ ହାଉସ ମାଲିକଙ୍କ ବୈଠକ । କୋରୋନା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି । ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

boudh Tent house honours association meeting over covid19
କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟୀଙ୍କ ବୈଠକ
author img

By

Published : Oct 27, 2021, 10:32 PM IST

ବୌଦ୍ଧ : କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟ । ଏହି ବ୍ୟବସାୟରେ ଜଡ଼ିତ ମାଲିକ ଓ ଶ୍ରମିକ ଗଭୀର ପ୍ରଭାବିତ ହୋଇଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ।

କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟୀଙ୍କ ବୈଠକ

କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ସମଗ୍ର ମାନବ ଜାତି ପ୍ରଭାବିତ ହୋଇଥିବାବେଳେ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିବାହ, ବ୍ରତ,ଶୁଦ୍ଧ, ଅଶୁଦ୍ଧ, ସଭାସମିତି ସବୁକିଛି ଉପରେ ଅଙ୍କୁଶ ଲାଗି ଥିବାରୁ ଟେଣ୍ଟ ହାଉସ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଅନେକେ ନିଜ ବୃତ୍ତିକୁ ମଧ୍ୟ ପରିବର୍ତ୍ତନ କରିସାରିଲେଣି । ଟେଣ୍ଟ ହାଉସ ବ୍ୟବସାୟ ସହ ଜଡ଼ିତ ବୌଦ୍ଧ ଜିଲ୍ଲାର ଶହ ଶହ ମାଲିକ ଓ ଶ୍ରମିକଙ୍କ ପରିବାର ବର୍ତ୍ତମାନ ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି । ଏଭଳି ସମସ୍ୟା କେବଳ ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ଏଭଳି ସମାନ ଅବସ୍ଥା । ଏଣୁ ଏଭଳି ପରିସ୍ଥିତିର ମୁକାବିଲା ତଥା ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ଆଜି ବୌଦ୍ଧ ଟାଉନ ହଲରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଟେଣ୍ଟ ହାଉସର ବିଭିନ୍ନ ସମସ୍ୟା ବିଶେଷ ଭାବରେ ବର୍ତ୍ତମାନ 250 ଜଣଙ୍କୁ ନେଇ ସଭାସମିତିର ଅନୁମତିକୁ ବୃଦ୍ଧି ପାଇଁ ସରକାରଙ୍କ ଠାରେ ଦାବି କରାଯିବ ବୋଲି ସ୍ଥିର କରାଯାଇଥିଲା । ବୈଠକରେ ବୌଦ୍ଧ ଜିଲ୍ଲାର ସମସ୍ତ ଟେଣ୍ଟ ହାଉସ ମାଲିକ ଓ ରାଜ୍ୟର କର୍ମକର୍ତ୍ତା ଉପସ୍ଥିତ ରହି ଉକ୍ତ ବ୍ୟବସାୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.