ETV Bharat / state

ବୌଦ୍ଧ ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ସରକାର - ବୌଦ୍ଧ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ, ବୌଦ୍ଧ ,ସମ୍ବଲପୁର, ନୟାଗଡ ଓ ଦେବଗଡକୁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ମାଓ ମୁକ୍ତ ଜିଲ୍ଲା ଘୋଷଣା କରିବା ପରେ ଏ ସମ୍ପର୍କରେ ବୌଦ୍ଧ ଏସପି ଭି.ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

boudh
ବୌଦ୍ଧ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
author img

By

Published : Jul 10, 2020, 4:54 PM IST

ବୌଦ୍ଧ: ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା । ରାଜ୍ୟର 5ଟି ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲାଭାବେ ଘୋଷଣା କରାଯାଇଛି । ଅନୁଗୋଳ, ବୌଦ୍ଧ ,ସମ୍ବଲପୁର, ନୟାଗଡ ଓ ଦେବଗଡକୁ ରାଜ୍ୟ ସରକାର ବିଧିବଦ୍ଧ ଭାବେ ମାଓ ମୁକ୍ତ ଜିଲ୍ଲା ଘୋଷଣା କରିବା ପରେ ଏ ସମ୍ପର୍କରେ ବୌଦ୍ଧ ଏସପି ଭି.ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

ମାଓ ମୁକ୍ତ ହେଲା ବୌଦ୍ଧ ଜିଲ୍ଲା

ମାଓ ଡିଭିଜନର କେକେବିଏନ ଅଧିନରେ ଥିବା ବୌଦ୍ଧ ଜିଲ୍ଲାକୁ ଆଜି(ଶୁକ୍ରବାର) ସରକାର ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହା ଏପ୍ରେଲ ମାସରେ ବୌଦ୍ଧ ଜିଲ୍ଲାକୁ ମାଓ ଅଧ୍ୟୁଷିତ ଜିଲ୍ଲା ଭାବରେ ପରିଗଣିତ କରାଯାଇଥିଲା ।

ତେବେ ଜିଲ୍ଲାରେ ପୂର୍ବରୁ ସମୁଦାୟ 5ଟି ମାଓ କେସ ସମ୍ମୁଖକୁ ଆସିଥିବା ବେଳେ ତନ୍ମଧ୍ୟରୁ ଜଣେ କେଡେଡ ଯୁକ୍ତ ମହିଳା ମାଓବାଦୀଙ୍କ ଗିରଫଦାରୀ ହୋଇଥିଲା । ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ମାଓ ଗତିବିଧି ସଦାସର୍ବଦା ରହିଥିଲେ ମଧ୍ୟ ଜିଲ୍ଲାରେ ମାଓବାଦୀ ସେଭଳି କୌଣସି ଅଘଟଣ ଘଟାଇ ନଥିଲେ । ଆଜିର ଏହି ଘୋଷଣା ପରେ ଏହାକୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି ।

ତେବେ 5ଟି ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲାଭାବେ ଘୋଷଣା କରିବା ପରେ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ, ଏସଆରଇ ତାଲିକାରୁ ଏହି ଜିଲ୍ଲାକୁ ବାଦ ଦିଆଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟର 11 ଜିଲ୍ଲା ମାଓମୁକ୍ତ ହୋଇପାରିଛି । 2 ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇଛି । ପୂର୍ବରୁ 2018 ଏପ୍ରିଲରେ 6 ଜିଲ୍ଲା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ମାଓମୁକ୍ତ ଅଞ୍ଚଳ ଘୋଷଣା ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.