ETV Bharat / state

ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଛି ବୌଦ୍ଧ ପୋଲିସ, ବଢୁଛି ଜନସାଧାରଣଙ୍କ ଆସ୍ଥା - ବୋଦ୍ଧ ପୋଲିସ ଉପରେ ବଢୁଛି ଲୋକଙ୍କ ବିଶ୍ବାସ

ବୈଦ୍ଧ ପୋଲିସକୁ ସଫଳତା । ପୋଲିସ ଉପରେ ବଢିଲା ଲୋକଙ୍କ ଆସ୍ଥା । ଅଧିକ ପଢନ୍ତୁ

ତ୍ବରିତ କାର୍ଯ୍ୟାନୁଷ୍ଠାନ ଦିଗରେ ବୌଦ୍ଧ ପୋଲିସ, ବଢୁଛି ଜନସାଧାରଣଙ୍କ ଆସ୍ଥା

author img

By

Published : May 21, 2022, 10:04 AM IST

Updated : May 21, 2022, 5:29 PM IST

ବୌଦ୍ଧ: ଜିଲ୍ଲା ପୋଲିସକୁ ବଡ ଧରଣର ସଫଳତା । ଏକକାଳୀନ ସାତ କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ । ସେପଟେ ଜିଲ୍ଲାରେ ପ୍ରଥମଥର ପାଇଁ ଜଣେ ଅଭିଯୁକ୍ତକୁ 120 ଦିନ ମଧ୍ୟରେ ତଦନ୍ତ କରାଯାଇ ଦଣ୍ଡିତ କରାଯାଇପାରିଛି । ସୂଚନା ମୁତାବକ, ବଘିଆପଡା ଫାଣ୍ଡି ଅନ୍ତର୍ଗତ ବଏଲବେଡା ନିକଟସ୍ଥ ଏକ ଜଙ୍ଗଲ ଅଞ୍ଚଳରେ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ ଚଢ଼ାଉ କରି ସାତ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ।

ତ୍ବରିତ କାର୍ଯ୍ୟାନୁଷ୍ଠାନ ଦିଗରେ ବୌଦ୍ଧ ପୋଲିସ, ବଢୁଛି ଜନସାଧାରଣଙ୍କ ଆସ୍ଥା

ଏଥିସହ ଆଙ୍କୁନ ଗ୍ରାମର ଅଭିଯୁକ୍ତ ଗଣେଶ କହଁରକୁ ଗିରଫ କରିଛି ପୋଲିସ । ସେପଟେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ଘଟଣାର ତ୍ବରିତ ତଦନ୍ତ କରାଯାଇ 120 ଦିନ ମଧ୍ୟରେ ଅଭିଯୁକ୍ତକୁ ଦଣ୍ଡ ବିଧାନ କରାଯାଇଛି । ସୂଚନା ମୁତାବକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର ଚାଲି ଥିବାବେଳେ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପ୍ରଲୋଭିତ କରି ମାମଲା ସମ୍ପର୍କିତ ଫାଇଲ ଚୋରି କରାଇ ନେଇଥିଲେ ।

ବୌଦ୍ଧ ପୋଲିସ ଏହାର ତ୍ବରିତ ତଦନ୍ତ କରି ଫାଇଲକୁ ହସ୍ତଗତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାରେ ଦୋଷୀକୁ ସାତ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ତେବେ ଫାଇଲ ଚୋରିର ମାତ୍ର 120 ଦିନ ମଧ୍ୟରେ ଏଭଳି ଦଣ୍ଡାଦେଶ ଜିଲ୍ଲାରେ ପ୍ରଥମଥର ଘଟିଥିବାରୁ ଜିଲ୍ଲାରେ ପୋଲିସ ପ୍ରତି ଆସ୍ଥା ପ୍ରକଟ ହୋଇଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 21, 2022, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.