ETV Bharat / state

ଫି ବୃଦ୍ଧିକୁ ନେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

author img

By

Published : Jul 25, 2022, 2:22 PM IST

Updated : Jul 25, 2022, 2:37 PM IST

ଫି ବୃଦ୍ଧିକୁ ନେଇ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ । ଏହାକୁ ବିରୋଧ କରି ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା । ଅଧିକ ପଢନ୍ତୁ

ଫି ବୃଦ୍ଧିକୁ ନେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା
ଫି ବୃଦ୍ଧିକୁ ନେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଧାରଣା

ବୌଦ୍ଧ: ଫି ବୃଦ୍ଧିକୁ ନେଇ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ମହାବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଫଳରେ ମହାବିଦ୍ୟାଳୟରେ ଉତ୍ତେଜନା ସ୍ଥିତି ଦେଖାଦେଇଛି । ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସହ ହଠାତ୍‌ ଷ୍ଟୁଡେଣ୍ଟ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି ।

ଫି ବୃଦ୍ଧିକୁ ନେଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, "ଏହା ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ ହୋଇଥିବାବେଳେ, ଆଜି ପର୍ଯ୍ୟନ୍ତ ଏହା ସରକାରୀ ମହାବିଦ୍ୟାଳୟର ମାନ୍ୟତା ପାଇପାରି ନାହିଁ । ପଇସା ନେଇ ମହାବିଦ୍ୟାଳୟର ଉନ୍ନତି କରିବା ପରିବର୍ତ୍ତେ ଟଙ୍କା ଗାଏବ ହେଇଯାଇଛି ।"

ଏହା ମଧ୍ୟ ପଢନ୍ତୁ: ଫି ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଏହାକୁ ନେଇ ଛାତ୍ରଛାତ୍ରୀମାନେ କଲେଜରେ ତାଲା ପକାଇବା ସହ ଏହାର ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି । ବର୍ଦ୍ଧିତ ଫି ବୃଦ୍ଧିର ପୁନର୍ବିଚାର ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେପଟେ ପ୍ରଶାସନିକ ସ୍ତରରେ ଅଳ୍ପ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ସୂଚନା ରହିଛି । ସୂଚନା ଅନୁସାରେ, ଗତ ଜୁଲାଇ ୧୫ ତାରିଖରେ ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Jul 25, 2022, 2:37 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.