ETV Bharat / state

ବୌଦ୍ଧରେ ବର୍ଷା ଅଭାବ, ଚାଷୀଙ୍କ ଏକମାତ୍ର ଭରସା ଉଠା ଜଳସେଚନ - ବୌଦ୍ଧ ବର୍ଷା ଅଭାବ

ସଠିକ ପରିମାଣରେ ବର୍ଷା ନହେବା କାରଣରୁ ଚିନ୍ତାରେ ଚାଷୀ କୁଳ । ଏଭଳି ସ୍ଥିତରେ ଉଠା ଜଳସେଚନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବୌଦ୍ଧ ଜିଲ୍ଲା ଚାଷୀ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ବର୍ଷା ଅଭାବ
ବୌଦ୍ଧରେ ବର୍ଷା ଅଭାବ
author img

By ETV Bharat Odisha Team

Published : Sep 5, 2023, 6:51 AM IST

ବୌଦ୍ଧରେ ବର୍ଷା ଅଭାବ

ବୌଦ୍ଧ: ଶ୍ରାବଣ ମାସ ସରି ଭାଦ୍ରବ ମାସ ହେଲାଣି, କିନ୍ତୁ ବର୍ଷା ଭାବରେ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି । ସଠିକ ପରିମାଣରେ ବର୍ଷା ନହେବା କାରଣରୁ ଚିନ୍ତାରେ ଚାଷୀ କୁଳ । ଏଭଳି ସ୍ଥିତରେ ଉଠା ଜଳସେଚନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବୌଦ୍ଧ ଜିଲ୍ଲା ଚାଷୀ।

ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ଠିକ ସମୟରେ ବର୍ଷା ହେଲାନାହିଁ । ଭାଦ୍ରବ ମାସରେ ଆକାଶରୁ ମେଘ ବାଦଲ ଗାୟବ ହେବା ସହିତ ବର୍ଷା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି । ଫଳରେ ବର୍ଷା ଉପରେ ଆଶା କରି କରି ବୌଦ୍ଧ ଜିଲ୍ଲାରେ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି । ସେପଟେ କେନାଲ ଯୋଗେ ତଳ ମୁଣ୍ଡରେ ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ନଦୀକୂଳିଆ ଅଞ୍ଚଳରେ ଅବସ୍ଥିତ ଗ୍ରାମର ଚାଷୀ ବର୍ତ୍ତମାନ ଉଠା ଜଳସେଚନ ପଏଣ୍ଟ୍‌ ମାଧ୍ୟମରେ ଚାଷ କରିପାରୁଛନ୍ତି । ବର୍ତ୍ତମାନ ଏଭଳି ଅନେକ ସ୍ଥାନରେ ଥିବା ଅଚଳ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧର ରାଜସ୍ବ କାର୍ଯ୍ୟାଳୟରେ ଅବ୍ୟବସ୍ଥା, ଦହ୍ୟା ଓ ମନମୁଣ୍ଡା RI ଅଫିସକୁ ନେଇ ଚିନ୍ତାରେ ଲୋକେ

ବୌଦ୍ଧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସହିତ ଗତ ପ୍ରାୟ 20ରୁ ଅଧିକ ଦିନ ହେବ ଆଦୌ ବର୍ଷା ହୋଇନି । ଯାହାର ସିଧାସଳଖ ପ୍ରଭାବ ଚାଷ କାର୍ଯ୍ୟ ଉପରେ ପଡ଼ିଛି । ବିଶେଷ ଭାବରେ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ବିଭିନ୍ନ ନଦୀକୂଳିଆ ଅଞ୍ଚଳର ତଳ ମୁଣ୍ଡରେ କେନାଲ ଯୋଗେ ଜଳ ପହଞ୍ଚି ପାରୁନାହିଁ । ଫଳରେ ଉକ୍ତ ଅଞ୍ଚଳରେ ଚାଷ ଜମିକୁ ଜଳସେଚନର ଏକମାତ୍ର ମାଧ୍ୟମ ହୋଇଛି ଉଠା ଜଳସେଚନ ପଏଣ୍ଟ । ବର୍ତ୍ତମାନ ସମୟରେ ହରଭଙ୍ଗା ବ୍ଲକର ସରସରା, ମଥୁରା, ବୀରନରସିଂହପୁର, ସାମ୍ପୋଚ୍‌, ରାମଗଡ଼, ଧଳପୁର ଭଳି ନଦୀ କୂଳିଆ ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମିକୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଚାଷ କାର୍ଯ୍ୟ ହୋଇପାରୁଛି । କିନ୍ତୁ ଯେଉଁଠି ଉଠା ଜଳସେଚନ ପଏଣ୍ଟ ନାହିଁ ସେଠାରେ ବର୍ତ୍ତମାନ ଜମିରେ ମାଟି ଫାଟି ଆଁ କରିବା ସହିତ ଧାନ ତଳି ପୋଡ଼ିଯିବାକୁ ବସିଛି । ଆଉ ଏଭଳି ସ୍ଥିତିରେ ଉଠା ଜଳସେଚନ ବିଭାଗ ଚାଷୀଙ୍କ ବନ୍ଧୁ ଭାବରେ ସହଯୋଗ କରୁଛି ।

ତେବେ ବୌଦ୍ଧ ଜିଲ୍ଲାର ଏହି ପ୍ରକଳ୍ପର ଅନେକ୍‌ ପଏଣ୍ଟ୍‌ ବିଭିନ୍ନ କାରଣରୁ ଅଚଳ ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ଏଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ଉଠା ଜଳସେଚନ ବିଭାଗର ୬୪ ଗୋଟିଏ ପଏଣ୍ଟ୍‌ ଅଚଳ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ରାମଗଡ଼ ଓ ପଲସାପାଟରେ ଥିବା ତିନୋଟି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨୨ ଜଣ ଚାଷୀଙ୍କର ୧୦୪ ହେକ୍ଟର ଚାଷଜମିକୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ଜଳସେଚନ ହୋଇ ପାରିବ ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ପର୍ଯ୍ୟାୟକ୍ରମେ ଏଭଳି ସମସ୍ତ ଅଚଳ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.