ETV Bharat / state

29 ବର୍ଷରେ ପାଦଦେଲା ବୌଦ୍ଧ ଜିଲ୍ଲା, ଆହୁରି ଅନେକ ବିକାଶ ବାକି - ଜିଲ୍ଲା ପ୍ରତିଷ୍ଠା ଦିବସ

29 ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଧୁମଧାମରେ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳିତ ହୋଇଛି ( boudh district 29th foundation day ) । ଅଧିକ ପଢନ୍ତୁ

boudh district 29th foundation day
boudh district 29th foundation day
author img

By

Published : Jan 3, 2023, 10:57 AM IST

boudh district 29th foundation day

ବୌଦ୍ଧ: ପ୍ରତିଷ୍ଠା ଦିବସ ପାଳିଛି ବୌଦ୍ଧ ଜିଲ୍ଲା । ଜିଲ୍ଲା ଗଠନକୁ 28 ବର୍ଷ ପୂରଣ ହୋଇଛି । 29 ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଏଥିପାଇଁ ଗାଁଠୁ ସହର ସବୁଆଡେ ଉତ୍ସବର ମାହୋଲ ରହିଛି । ଜିଲ୍ଲାକୁ ବିକାଶ ପଥରେ ଆହୁରି ଅନେକ ପଥ ଆଗେଇବାକୁ ବାକି ରହିଥିବା ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅନେକ ସମ୍ଭାବନା ମଧ୍ୟ ରହିଛି ।

ପଶ୍ଚିମ ଓଡିଶାର ପ୍ରବେଶ ପଥ ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସ ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ପ୍ରାକୃତିକ ସମ୍ପଦ ତଥା ସୌନ୍ଦର୍ଯ୍ୟରେ ଭରପୁର ଜିଲ୍ଲାରେ ପର୍ଯ୍ୟଟନର ବିରାଟ ସମ୍ଭାବନା ରହିଥିବା ବେଳେ କୃଷିକୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ପ୍ରତିଷ୍ଠା ଦିବସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକାଶର ଛାପ ଦୃଶ୍ୟମାନ ହେଉଥିବା ବେଳେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ଅପେକ୍ଷାରେ ରହିଛି ।

ଏହା ବି ପଢନ୍ତୁ...ନରଗପାଳଙ୍କୁ ଦୁର୍ବ୍ୟବହାର ଘଟଣା, BJPର ନବରଙ୍ଗପୁର ବନ୍ଦ ଡାକରା

29 ବର୍ଷର ବୌଦ୍ଧ ଜିଲ୍ଲା ଗତମାସରେ ସମ୍ବଲପୁର RDC ଅଧିନକୁ ଆସିଥିବା ବେଳେ ଆହୁରି ଅନେକ ମୁଖ୍ୟାଳୟ ବର୍ତ୍ତମାନ ମଧ୍ୟ ଦକ୍ଷିଣାଞ୍ଚଳରେ ରହିଛି । ଏହାଛଡା ମାତ୍ର ତିନୋଟି ବ୍ଲକକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ଅନେକ ଅଧିକାରୀ ପଦପଦବୀ ପ୍ରାୟ ସମୟରେ ଖାଲି ପଡିରହୁଛି । ତେବେ ଅନେକ ଉତ୍ଥାନପତନ ଦେଇ ଗତି କରିଥିବା ଜିଲ୍ଲାର ଅନେକ କ୍ଷେତ୍ରରେ ବିକାଶ ହୋଇଥିଲେ ମଧ୍ୟ ଆହୁରି ଅନେକ ବାକି ରହିଛି । ସୋମବାର ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସକୁ ଜିଲ୍ଲାବାସୀ ବୌଦ୍ଧ ଦିନ ଭାବରେ ପାଳନ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବୁଦ୍ଧମଣ୍ଡପଠାରେ ସ୍ବତନ୍ତ୍ର ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ଜଙ୍ଗଲ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଅବସରରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.