ETV Bharat / state

NACକୁ ମ୍ୟୁନସିପାଲଟି ମାନ୍ୟତା ଦାବି, ଜିଲ୍ଲା କଂଗ୍ରେସର ଗଣଧାରଣା - ଏନଏସିବୁ ମୁନିସିପାଲଟିରେ ପରିଣତ ପାଇଁ ଧାରଣା

ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମ୍ୟୁନସିପାଲଟିରେ ପରିଣତ ସହିତ ଅନ୍ୟ ଚାରି ଗୋଟି ସ୍ଥାନକୁ ଏନଏସିରେ ପରିଣତ ଦାବି କରି ଜିଲ୍ଲା କଂଗ୍ରେସ ତିନି ଦିନିଆ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛି । ଅଧିକ ପଢନ୍ତୁ

ଏନଏସିବୁ ମୁନିସିପାଲଟିରେ ପରିଣତ ପାଇଁ ଜିଲ୍ଲା କଂଗ୍ରେସର ଗଣଧାରଣା

author img

By

Published : Nov 15, 2021, 10:21 PM IST

ବୌଦ୍ଧ: ଜିଲ୍ଲାର ଏକମାତ୍ର ଏନଏସିକୁ ମ୍ୟୁନସିପାଲଟିର ମାନ୍ୟତା ପ୍ରଦାନ ଦାବିରେ ଜିଲ୍ଲା କଂଗ୍ରେସର ଅଭିନବ ପ୍ରତିବାଦ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିକୁ ମୁନିସିପାଲଟିରେ ପରିଣତ ଓ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ସ୍ବତନ୍ତ୍ର ଏନଏସିର ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲଗାତାର ତିନି ଦିନ ପାଇଁ ଅହୋରାତ୍ର ଗଣଧାରଣା ଆରମ୍ଭ ହୋଇଛି ।

ଏନଏସିବୁ ମୁନିସିପାଲଟିରେ ପରିଣତ ପାଇଁ ଜିଲ୍ଲା କଂଗ୍ରେସର ଗଣଧାରଣା

ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ଏହି ଗଣଧାରଣାରେ ସାମିଲ ହୋଇଥିଲେ । ଭାଗବତ ପଠନ କରି କର୍ମୀ ମାନେ ଏହାର ଅଭିନବ ପ୍ରତିବାଦ କରିଥିଲେ ।

ପ୍ରକାଶ ଥାଉକି ବୌଦ୍ଧ ଗଡ ଏନଏସି ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ମ୍ୟୁନିସିପାଲଟିରେ ପରିଣତ ପାଇଁ ଦାବି ହୋଇଆସୁଛି । ତେବେ ସରକାର ଏସବୁ ଦାବିର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.