ବୌଦ୍ଧ: ଲକଡାଉନ ସମୟରେ କୌଣସି ଲୋକ ବିନା କାରଣରେ ଘରୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ । ଜନସାଧାରଣଙ୍କୁ ଆତଙ୍କିତ ନହୋଇ ସଚେତନ ରହି ନିର୍ଦ୍ଧାରିତ ନିୟମ ମାନି ଚଳିବାକୁ ଆହ୍ବାନ ଦେଇଛନ୍ତି । ସେପଟେ ଲକଡାଉନର ତୃତୀୟ ଦିନରେ ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡିକ ଦିନ ବାରଟା ସୁଦ୍ଧା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ମହାମାରୀ କୋରୋନାକୁ ନେଇ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି । ସାଧାରଣ ଲୋକଙ୍କୁ ଆତଙ୍କିତ ନହୋଇ ସଚେତନ ରହିବାକୁ ଅନୁରୋଧ କରିବା ସହ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଆହ୍ବାନ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଶୁକ୍ରବାର ଲକଡାଉନର ତୃତୀୟ ଦିନ ସକାଳୁ ଛ ଘଣ୍ଟା ପାଇଁ ଜରୁରୀ କାର୍ଯ୍ୟ ସାରି ଫେରିଯିବେ । ଦିନ ବାରଟାରୁ ଆସନ୍ତା କାଲି ସକାଳ ଛଟା ପର୍ଯ୍ୟନ୍ତ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ସମସ୍ତ ଜରୁରୀ ସାମଗ୍ରୀ ଜିଲ୍ଲାରେ ମହଜୁଦ ରହିଛି, ଏଣୁ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ଉପରେ କଡା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଶୁକ୍ରବାର ଲକଡାଉନର ତୃତୀୟ ଦିନରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି ରଘୁନାଥ ରାଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେଠାକାର ପରିସ୍ଥିତି ବୁଲି ଦେଖିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ