ETV Bharat / state

ଆଜି ବୌଦ୍ଧରେ ସରିବ ମତଦାନ, ପ୍ରଶାସନ ପ୍ରସ୍ତୁତ - ବୌଦ୍ଧରେ ସରପଞ୍ଚ ପ୍ରାର୍ଥୀ ଦେଲେନି ଭୋଟ

ବୌଦ୍ଧରେ ଆଜି ସରୁଛି ମତଦାନ । ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ । ଅଧିକ ପଢନ୍ତୁ

ବୌଦ୍ଧରେ ରବିବାର ଶରୁଛି ମତଦାନ, ପ୍ରଶାସନର ପ୍ରସ୍ତୁତି

author img

By

Published : Feb 20, 2022, 7:00 AM IST

ବୌଦ୍ଧ: ଜିଲ୍ଲାରେ ୨ଟି ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଭୋଟଦାନ ହୋଇ ଥିବାବେଳେ ଆଜି(ରବିବାର) ଶେଷ ପର୍ଯ୍ୟାୟ ମତଦାନ ହେବ । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀ ଭୋଟ ନଦେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ଏଥିପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ସରିଛି । ୨୨ଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକର ସମସ୍ତ ବୁଥରେ ପୋଲିଂ କର୍ମଚାରୀମାନେ ପହଞ୍ଚି ସାରିଛନ୍ତି । ଜିଲ୍ଲାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ତଥା ହିଂସାକାଣ୍ଡ ହୋଇଥିଲା । ଶୁକ୍ରବାର ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତର ଚାଉଁରୀଆପଦର ବୁଥ କେପ୍ଚରିଂ ପାଇଁ ଉଦ୍ୟମ ସମୟରେ ସ୍ଥାନୀୟ ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଥିଲା ।

ଏପରିକି ପୋଲିସ ଏସଡିପିଓଙ୍କୁ ସ୍ଥାନୀୟ ଲୋକେ ଅଟକ କରି ରଖି ଥିବାବେଳେ ବୌଦ୍ଧ ଜିଲ୍ଲାପାଳ ପହଞ୍ଚି ଏସଡିପିଓଙ୍କୁ ଉଦ୍ଧାର କରିଥିଲେ । ଅନେକ ବୁଥରେ ପାନୀୟଜଳ ବ୍ୟବସ୍ଥା ନଥିବାବେଳେ ଭୋଟରମାନେ ଦୀର୍ଘ ସମୟ ଧରି ଖରାରେ ମତଦାନ ପାଇଁ ଅପେକ୍ଷା କରିଥିଲେ । ସେପଟେ ବୌଦ୍ଧ ସଦର ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀ ନିଜେ ନିଜର ମତଦାନ କରିନଥିଲେ । ମତଦାନ ନ କରିବା ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଶେଷ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.