ETV Bharat / state

ବୀରନରସିଂହପୁରରେ ବିଦେଶୀ ମଦ ଦୋକାନକୁ ବିଜେପିର ବିରୋଧ - ସ୍କୁଲ ନିକଟରେ ମଦ ଦୋକାନକୁ ବିରୋଧ

ବୌଦ୍ଧରେ ସ୍କୁଲ ତଥା ଜାତୀୟ ରାଜପଥ ନିକଟରେ ମଦ ଦୋକାନ ଖୋଲିବା ନିଷ୍ପତିକୁ ବିଜେପିର ବିରୋଧ । ଅଧିକ ପଢନ୍ତୁ....

ବୀରନରସିଂହପୁରରେ ବିଦେଶୀ ମଦ ଦୋକାନକୁ ବିଜେପିର ବିରୋଧ

author img

By

Published : May 2, 2021, 3:55 PM IST

ବୌଦ୍ଧ: ବିଦେଶୀ ମଦ ଦୋକାନକୁ ଜିଲ୍ଲା ବିଜେପିର ବିରୋଧ । ଜାତୀୟ ରାଜପଥ କଡରେ ତଥା ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲା ଯାଉଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ବିଜେପି ।

ବୀରନରସିଂହପୁରରେ ବିଦେଶୀ ମଦ ଦୋକାନକୁ ବିଜେପିର ବିରୋଧ
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବୀରନରସିଂହପୁର ଠାରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ମାସରେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ବିଦେଶୀ ମଦ ଦୋକାନ ପାଇଁ ନୂତନ ଲିଜଧାରୀଙ୍କୁ ଲଟେରୀ ମାଧ୍ୟମରେ ଚୟନ କରାଯାଇଥିଲା । ତେବେ ପୂର୍ବରୁ ବାଉଁଶୁଣୀ ଠାରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହାକୁ ବିରୋଧ କରି ଥିବାବେଳେ ବର୍ତ୍ତମାନ ପୁଣି ବୀରନରସିଂହପୁର ମଦ ଦୋକାନକୁ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି ।

ଜାତୀୟ ରାଜପଥ କଡରେ ତଥା ବିଦ୍ୟାଳୟ ନିକଟରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଛି । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜିଲ୍ଲା ବିଜେପି ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ବିଜେପି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.