ETV Bharat / state

ଅବ୍ୟବସ୍ଥା ଘେରରେ ବିରିଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବାରଣ୍ଡାରେ ଚାଲିଛି ପାଠପଢା

author img

By

Published : Jul 21, 2022, 1:44 PM IST

ଅନ୍ଧାରମୁହାଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କେତେବେଳେ ବାରଣ୍ଡାରେ ତ ଆଉ କେତେବେଳେ ବର୍ଷା ହେଲେ ଜରିପାଲ ତଳେ ଆଶ୍ରୟ ନେଉଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଭଳି ଏକ ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ବିରିଗଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ଉପାନ୍ତ ବିରିଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ

ବୌଦ୍ଧ: ଶିକ୍ଷାଅଧିକାର ଆଇନରେ ପ୍ରତ୍ୟେକ ପିଲାଙ୍କୁ ଏକ ସୁରକ୍ଷିତ ପରିବେଶରେ ଶିକ୍ଷାଲାଭ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଆଜି ବି ଅନେକ ପିଲା ସୁସ୍ଥ ପରିବେଶରେ ପଢିପାରୁ ନାହାନ୍ତି । କେତେବେଳେ ବାରଣ୍ଡାରେ ତ ଆଉ କେତେବେଳେ ବର୍ଷା ହେଲେ ଜରିପାଲ ତଳେ ଆଶ୍ରୟ ନେଉଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଭଳି ଏକ ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ବିରିଗଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ବିଦ୍ୟାଳୟରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଗୋଟିଏ ଶ୍ରେଣୀରେ ସ୍ଥାନ ଅଭାବ ଯୋଗୁଁ ବାରଣ୍ଡାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ । ସେପଟେ ବିଦ୍ୟାଳୟର ଛାତରୁ ବର୍ଷା ଦିନରେ ପାଣି ଗଳୁଥିବାରୁ ବର୍ଷା ହେଲେ ଶିକ୍ଷା ଦାନ ବନ୍ଦ କରି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଜରିପାଲ ତଳେ ଆଶ୍ରୟ ନେବାକୁ ପଡୁଛି । ଏପରିକି ମଧ୍ୟାହ୍ନ ଭୋଜନ ପାଇଁ ବର୍ଷା ସମୟରେ ଛାତ୍ରଛାତ୍ରୀ ଭିଜି ଭିଜି ଖାଇବାକୁ ପଡୁଛି ।

ବିଦ୍ୟାଳୟରେ ପାନୀୟଜଳ ଠାରୁ ନେଇ ଶ୍ରେଣୀଗୃହର ଅଭାବ ରହିଛି । ତେଣୁ ତୁରନ୍ତ ବିଦ୍ୟାଳୟ ନିମନ୍ତେ ନୂତନ ସ୍ଥାନ ଓ ନୂତନ କୋଠା ନିର୍ମାଣ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି । ସେପଟେ ହରଭଙ୍ଗା ବ୍ଲକର ଭରତାପୁର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.