ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ

beneficiaries protest
beneficiaries protest
author img

By

Published : Aug 1, 2023, 11:10 AM IST

ବୌଦ୍ଧ: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଅଯୋଗ୍ୟଙ୍କୁ ସ୍ଥାନ ମିଳିଛି । ତେବେ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧିକାରୀ । ସେହିପରି ଚଞ୍ଚକତା କରି ଦଳୀୟ ଭିତ୍ତିରେ ଆବାସ ଗୃହ ଯୋଗାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

କେନ୍ଦ୍ର ସରକାର ବାରମ୍ବାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି । ଯାହା ଫଳରେ ଯୋଗ୍ୟ ବ୍ୟକ୍ତି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା,ଟିକରପଡା, ଖୁଣ୍ଟବନ୍ଧ, ଲକ୍ଷ୍ମୀ ପ୍ରସାଦ, ମୁଣ୍ଡାପଡା, ବାଉଶୁଣୀ, ବ୍ରାହ୍ମଣୀପାଲି ଭଳି ଅନେକ ପଞ୍ଚାୟତ ଗୁଡ଼ିକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ହିତାଧିକାରୀଙ୍କ ନିକଟରୁ ୫ ରୁ ୧୦ହଜାର ଟଙ୍କା ଲେଖାଏଁ ଲାଞ୍ଚ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଏଭଳି ଅନିୟମିତତା କାର୍ଯ୍ୟର ନେତୃତ୍ବ ଖୋଦ ବୌଦ୍ଧ ବ୍ଲକର ବିଡିଓ ନେଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ବିଡ଼ିଓ ଅବନାଶ ପାଣ୍ଡିଆଙ୍କ ଇତି ମଧ୍ୟରେ ଅନ୍ୟ ଜିଲ୍ଲାକୁ ବଦଳି ହୋଇ ସାରିଥିଲେ ମଧ୍ୟ ଏଭଳି ଅନିୟମିତତା ତଥା ଦୁର୍ନୀତିକୁ ଚପାଇ ଦେବାକୁ ସେ ଏପର୍ଯ୍ୟନ୍ତ ରିଲିଫ ହେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀମାନେ ତୁରନ୍ତ ବିଦାୟୀ ବିଡ଼ିଓଙ୍କୁ ରିଲିଫ ଦାବିରେ ଅଡ଼ି ବସିବା ସହିତ ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- PM Awas Yojana scam: ଆବାସ ଯୋଜନାରେ ଅନିୟମିତତା, ବ୍ଲକ ଅଫିସ ଘେରିଲା ବିଜେପି

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ସାଧାରଣ ଗରିବ ହିତାଧିକାରୀ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.