ETV Bharat / state

ଆବାସ ଯୋଜନାରେ ରହିଛି ନାଁ, ଆକାଉଣ୍ଟକୁ ଆସିନି ଟଙ୍କା :ଜରି ପାଲ ତଳେ ବିତୁଛି ଜୀବନ - ହିତାଧିକାରୀଙ୍କୁ ମିଳୁନି ଆବାସ

ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି ହେଲେ ଟଙ୍କା ନାହିଁ । ଅଧିକ ପଢ଼ନ୍ତୁ

ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା
author img

By ETV Bharat Odisha Team

Published : Sep 8, 2023, 8:03 PM IST

ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ବୌଦ୍ଧ: ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସ । ଗରୀବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଉପାନ୍ତ ଅଞ୍ଚଳର ଦୃଶ୍ୟ ହିଁ ବୟାନ କରୁଛି । ସରକାରୀ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଆବସ ଯୋଜନାରେ ନାଁ ଆସି ମଧ୍ୟ ହାତାଧିକାରୀ ଟଙ୍କା ପାଇ ନଥିବାନେଇ ଅଭିଯୋଗ କରିଛନ୍ତି ।

୨୦୨୧ ସୁଦ୍ଧା ସମସ୍ତ ଗରିବ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ ହୋଇଥିଲା । କିନ୍ତୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ ଅସହାୟ ହିତାଧିକାରୀଙ୍କୁ ଆବାସ ଯୋଜନା ମିଳିଥିବା ବେଳେ ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗରିବ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧୀକାରୀଙ୍କୁ ଏଭଳି କଲ୍ୟାଣକାରୀ ଯୋଜନାରେ ସାମିଲ କରାଯାଉଛି ଓ ଟଙ୍କା ଆସୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବା ହିତାଧିକାରୀ ଜରିପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଏଭଳି ଦୁର୍ନୀତିର ତଦନ୍ତରେ କରୁଥିବା ଭିଜିଲାନ୍ସ ତୁରନ୍ତ ଅପରାଧୀଙ୍କୁ ଧରି ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି । 23ଟି ପଞ୍ଚାୟତକୁ ନେଇ ଗଠିତ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଆବାସ ଗୃହ ମଞ୍ଜୁରରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି କେତେକ ହିତାଧିକାରୀଙ୍କଠାରୁ ଦଲାଲଙ୍କ ମାଧ୍ୟମରେ ଅର୍ଥ ସଂଗ୍ରହ କରାଯାଉଛି । ଯାହାକୁ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଉଛି ।

ଏହା ବି ପଢନ୍ତୁ....ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପିଏମ ଆବାସ, ରାଜନୈତିକ ଉଦ୍ଦେଶ୍ୟ ରଖି ତାଲିକାରୁ ବାଦ ଅଭିଯୋଗ

ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର କିରଟୀ ପ୍ରଧାନ ଆବାସ ଗୃହ ପାଇଥିଲେ ମଧ୍ୟ ତାହା ଚୋରି ହୋଇଯାଇଥିବା ନେଇ ବ୍ଲକରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ନେଇ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ପରିସ୍ଥିତି ଏପରି ଯେ କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଦିବାସୀ ବସ୍ତିର ଅଧିକାଂଶ ହିତାଧିକାରୀ ଜରିପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସେପଟେ ବର୍ତ୍ତମାନ ସରକାରଙ୍କ ମୋ ଘର ଯୋଜନା ପ୍ରତି ହିତାଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.