ETV Bharat / state

ଷୋଳ ଖାଡି ବାଦ୍ୟରେ ଝୁମିଲେ ବୌଦ୍ଧର ଡୁମାଳ ସମ୍ପ୍ରଦାୟ - ବୌଦ୍ଧର ଡୁମାଳ ସମ୍ପ୍ରଦାୟଙ୍କ ବାଡି ଖେଳ

ବୌଦ୍ଧରେ ମାହେଶ୍ବରୀଙ୍କ ପ୍ରତିକାତ୍ମକ ବାଡି ସ୍ବରୂପ ମହୁଲ ବାଡି ଓ ଖମ୍ବେଶ୍ବରୀଙ୍କ ରୋହିଣୀ ବାଡିକୁ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରଦର୍ଶିତ । ଷୋଳ ଖାଡି ବାଦ୍ୟର ତାଳେ ତାଳେ ଝୁମିଲେ ଡୁମାଳ ସମ୍ପ୍ରଦାୟ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Oct 14, 2019, 12:13 PM IST

Updated : Oct 14, 2019, 1:45 PM IST

ବୌଦ୍ଧ: ପବିତ୍ର ଆଶ୍ବିନ ଓ କାର୍ତ୍ତୀକ ମାସର ଠିକ ସନ୍ଧି ସମୟରେ ଆୟୋଜିତ ହୋଇଥାଏ ମହାଖଳା ପୂଜା । ଆଉ ଏହି ପୂଜାରେ ଅନୁଷ୍ଠିତ ହୋଇଥାଏ ବାଡିଖେଳ । ଏହି ମାହେଶ୍ବରୀ ବାଡି ପ୍ରାଚୀନ ଋଣକୌଶଳର ଏକ ଅଂଶବିଶେଷ ।

ବୌଦ୍ଧ ଜିଲ୍ଲାକୁ ଡୁମାଳ ସମ୍ପ୍ରଦାୟଙ୍କ ଭିତ୍ତିଭୂମି କୁହାଯାଇଥାଏ । ତେବେ ପ୍ରାଚୀନ କାଳରୁ ଏହି ସମ୍ପ୍ରଦାୟ ଚାଷକାର୍ଯ୍ୟ ସହିତ ଯୁଦ୍ଧ ସମୟରେ ବୌଦ୍ଧ ରାଜ୍ୟର ସୈନ୍ୟଙ୍କ ସହିତ ସାମିଲ ହୋଇ ଯୁଦ୍ଧ କରୁଥିଲେ । ଯାହାର ଝଲକ ମାହେଶ୍ବରହୀଙ୍କ ମହାଖଳା ପୂଜା ଅବସରରେ ସ୍ବତନ୍ତ୍ର ବାଡିଖେଳ ଦେଖିବାକୁ ମିଳେ ।

ଏହି ପରମ୍ପରାରେ ମାହେଶ୍ବରୀଙ୍କ ପ୍ରତିକାତ୍ମକ ବାଡି ସ୍ବରୂପ ମହୁଲ ବାଡି ଓ ଖମ୍ବେଶ୍ବରୀଙ୍କ ରୋହିଣୀ ବାଡିକୁ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରଦର୍ଶିତ କରାଯାଇଥାଏ । ଏଥିସହ ଷୋଳ ଖାଡି ବାଦ୍ୟର ତାଳେ ତାଳେ ଉକ୍ତ ଦୁଇ ଶକ୍ତିଶାଳୀ ବାଡି ସହିତ ଏକ ସ୍ବତନ୍ତ୍ର ଅସ୍ତ୍ର ମଧ୍ୟରାତ୍ରୀର ଏହି ସନ୍ଧିକାଳରେ ପ୍ରଦର୍ଶିତ ହୋଇଥାଏ । ଯାହାକି ବୌଦ୍ଧ ରାଜ୍ୟର ପ୍ରାଚୀନ ଯୁଦ୍ଧ କଳାକୁ ପୁନଃର୍ଜିବୀତ କରିଥାଏ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପବିତ୍ର ଆଶ୍ବୀନ ମାସ ଓ କାର୍ତ୍ତିକ ମାସର ଠିକ ସନ୍ଧି ସମୟରେ ଆୟୋଜିତ ମହାଖଳା ପୂଜାରେ ଅନୁଷ୍ଠିତ ହୋଇଥାଏ ବାଡିଖେଳ ।ଏହି ମାହେଶ୍ବରୀ ବାଡି ପ୍ରାଚୀନ ଋଣକୌଶଳର ଏକ ଅଂଶବିଶେଷ ।
ବୌଦ୍ଧ ଜିଲ୍ଲା ହେଉଛି ଡୁମାଳ ସଂପ୍ରଦାୟ ଙ୍କ ଆଦିପୀଠ ।ପ୍ରାଚୀନ କାଳରୁ ଏହି ସଂପ୍ରଦାୟ ଚାଷକାର୍ଯ୍ୟ ସହିତ ଯୁଦ୍ଧ ସମୟରେ ବୌଦ୍ଧ ରାଜ୍ୟର ସୈନ୍ୟ ଙ୍କ ସହିତ ସାମିଲ ହୋଇ ଯୁଦ୍ଧ ମଧ୍ୟ କରୁଥିଲେ ।ଯାହାର ଝଲକ ଦେଖିବାକୁ ମିଳିଥାଏ ମାହେଶ୍ବରୀ ଙ୍କ ମହାଖଳା ପୂଜା ଅବସରରେ ଆୟୋଜିତ ସ୍ବତନ୍ତ୍ର ବାଡିଖେଳରେ ।ଏହି ପରମ୍ପରାରେ ମାହେଶ୍ବରୀ ଙ୍କ ପ୍ରତୀକାତ୍ମକ ବାଡି ସ୍ବରୂପ ମହୁଲ ବାଡି ଓ ଖମ୍ବେଶ୍ବରୀ ଙ୍କ ରୋହିଣୀ ବାଡିକୁ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରଦର୍ଶିତ କରାଯାଇଥାଏ ।ଷୋଳ ଖାଡି ବାଦ୍ୟର ତାଳେ ତାଳେ ଉକ୍ତ ଦୁଇ ଶକ୍ତିଶାଳୀ ବାଡି ସହିତ ଏକ ସ୍ବତନ୍ତ୍ର ଅସ୍ତ୍ର ମଧ୍ୟ ରାତ୍ରିର ଏହି ସନ୍ଧିକାଳରେ ପ୍ରଦର୍ଶିତ ହୋଇଥାଏ ।ଯାହାକି ବୌଦ୍ଧ ରାଜ୍ୟର ପ୍ରାଚୀନ ଯୁଦ୍ଧ କଳାକୁ ପୁନର୍ଜିବୀତ କରିଥାଏ ।

Body:ବୌଦ୍ଧ ରାଜ୍ୟର ପ୍ରାଚୀନ ଯୁଦ୍ଧ କୌଶଳ ମାହେଶ୍ବରୀ ବାଡିଖେଳ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Oct 14, 2019, 1:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.