ETV Bharat / state

ସ୍ବାସ୍ଥ୍ୟସେବା ଯୋଗାଇବାରେ ବିଫଳ ଆୟୁର୍ବେଦିକ ଚିକିତ୍ସାଳୟ - ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ

ଠିକ୍‌ରେ ସ୍ବାସ୍ଥ୍ୟ ସେବା ମିଳୁ ନଥିବାରୁ ଅନେକ ସମୟ ପ୍ରତିଷ୍ଠା ହୋଇଥିବା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ ବନ୍ଦ ରହୁଛି । ଯାହା ପାଇଁ ନାହିଁ ନଥିବା ସମସ୍ୟା ସହୁଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ଆୟୁର୍ବେଦିକ ଚିକିତ୍ସାଳୟ ସମସ୍ୟା
ଆୟୁର୍ବେଦିକ ଚିକିତ୍ସାଳୟ ସମସ୍ୟା
author img

By

Published : Feb 11, 2021, 10:38 AM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ପ୍ରାଚୀନ ପଦ୍ଧତିରେ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ । ହେଲେ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ସାବ୍ୟସ୍ତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଆୟୁର୍ବେଦିକ ଚିକିତ୍ସାଳୟ ସମସ୍ୟା

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ 80 ଦଶକରେ ପ୍ରତିଷ୍ଠା ହୋଇଥିଲା ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାଳୟ । ଏହି ଚିକିତ୍ସା କେନ୍ଦ୍ର ସ୍ଥାପନ ପରେ ଅଞ୍ଚଳର ନାଗରିକଙ୍କୁ ଠିକ୍‌ରେ ସ୍ବାସ୍ଥ୍ୟ ସେବା ମିଳି ପାରିବ ବୋଲି ଆଶା କରାଯାଇଥିଲା । ହେଲେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏହି କେନ୍ଦ୍ର ଗୁଡିକ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଏଗୁଡିକ ଅନେକ ସମୟ ବନ୍ଦ ରହୁଛି ।

କେତେବେଳେ କର୍ମଚାରୀ ଅଭାବ ତ ଆଉ କେତବେଳେ ଡାକ୍ତରଙ୍କ ଅଭାବ ଦେଖାଦେଇଥିବାରୁ ଏହି ଚିକିତ୍ସାଳୟ ଖୋଲାଯାଇ ପାରୁ ନାହିଁ । ଅଧିକାଂଶ ସମୟରେ ଏହି କେନ୍ଦ୍ର ଗୁଡିକରେ ତାଲା ଝୁଲି ରହୁଥିବା ଅଭିଯୋଗ ହୋଇଛି ।ଯେଉଁଠି ମଧ୍ୟ ତାଲା ଖୋଲା ଯାଉଛି ସେଠାରେ ସପ୍ତାହରେ ଦିନେ କିମ୍ବା ଦୁଇ ଦିନ ଡାକ୍ତରଖାନା ଖୋଲାଯାଉଥିବା ଜଣାପଡିଛି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣ ଦାବି ହୋଇଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.