ବୌଦ୍ଧ: ଗୁରୁବାର ବୌଦ୍ଧ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖୁଆଇବା ସହ ସ୍ବଚ୍ଛତା ନିମନ୍ତେ ସଚେତନତାର ପାଠ ପଢାଇଛନ୍ତି ।
ଖବରମୁତାବକ, ସରକାରୀ ବାଳିକା ବିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ ବୌଦ୍ଧ ଜିଲ୍ଲାପାଳ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିଷ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ପରିବେଶକୁ କିଭଳି ସ୍ବଚ୍ଛ ରଖାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ