ETV Bharat / state

ଭଙ୍ଗାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଷ୍ୟତ ଗଢା

author img

By

Published : Aug 19, 2022, 2:02 PM IST

ବୌଦ୍ଧରେ ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ପିଲା । ଅଧିକ ପଢନ୍ତୁ

ଭଙ୍ଗାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଷ୍ୟତ ଗଢା
ଭଙ୍ଗାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଷ୍ୟତ ଗଢା

ବୌଦ୍ଧ: ବିପଦ ସଙ୍କୁଳ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛନ୍ତି କୁନି କୁନି ପିଲା । ଭଲ ରାସ୍ତା ନ ଥିବାରୁ ପାଣି କାଦୁଅରେ ପଶି ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

ବୌଦ୍ଧ ସଦର ବ୍ଲକ ତେଲିବନ୍ଧ ଠାରେ ଥିବା ଭଙ୍ଗାଦଦରା ଘରେ ଅଙ୍ଗନବାଡିର ଛୋଟ ଛୋଟ ପିଲାମାନେ ପାଠ ପଢୁଛନ୍ତି । ଅଙ୍ଗନବାଡି କେନ୍ଦ୍ରଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ନ ଘଟିବ ତାହା କିଏ କହିପାରିବ ? ସେଠାରେ ଏକ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ଚାଲିଛି । ହେଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି ।

ମଲ୍ଲିକପଡାର ଅଙ୍ଗନବାଡି କେନ୍ଦ୍ରର ମଧ୍ୟ ସମାନ ଅବସ୍ଥା । ସେହିପରି ହରଭଙ୍ଗା ବ୍ଲକ ସାକୁସିଙ୍ଗା ଅଙ୍ଗନବାଡି କଥା ନ କହିବା ଭଲ । ଗୃହ ଅଭାବରୁ ପିଲାଏ ଏକ ସ୍କୁଲଘରେ ପାଠ ପଢୁଛନ୍ତି । ସେଠାରେ ମଧ୍ୟ ଅଙ୍ଗନବାଡି ଗୃହ ଦୀର୍ଘ ବର୍ଷ ହେଲାଣି ନିର୍ମାଣ ପାଇଁ ଶୁଭ ପଡି ରହିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଏଭଳି ଶେଷ ହୋଇନି କାର୍ଯ୍ୟ । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.