ETV Bharat / state

ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ - ବୌଦ୍ଧ ଖବର

ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ । ଅଭିଯୋଗ କଲେ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ....

Allegations of irregularities in the supply of consumer goods
ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ
author img

By

Published : Sep 22, 2020, 7:58 AM IST

ବୌଦ୍ଧ : ଖାଉଟି ସାମଗ୍ରୀ ଯୋଗାଣରେ ହେଉଛି ଚଞ୍ଚକତା । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଦା ହୋଇଛି ପୋକରା ବୁଟ । ଯାହାଫଳରେ ପୁର୍ତ୍ତମୟ ପରିବେଶ ସୃଷ୍ଟି କରୁଛି । ଏପରିକି କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ ମଧ୍ୟ କରି ହେଉ ନାହିଁ । ନିମ୍ନ ମାନର ବୁଟ କୁନେଇ ଖୋଦ ନାଏବ ସରପଞ୍ଚ ଦୁର୍ନୀତି ହୋଇଥିବା କହିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ।

ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ

ସେପଟେ କଣ୍ଟାମାଳ ବ୍ଲକର କେତେକ ସ୍ଥାନରେ ପିଡିଏସ ଚାଉଳ ଆବଶ୍ୟକତା ଠାରୁ ଚାରି ପାଞ୍ଚ କେଜି ଚାଉଳ କମ ରହୁଥିବା ଅଭିଯୋଗ ହୋଇଛି । ଏପରିକି ଦପଲା ପଞ୍ଚାୟତର ପଥର୍ଲା ଗାଁରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ କିରୋସିନି ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ମୁହଁ ଖୋଲିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.