ETV Bharat / state

ମୃତ ଶ୍ରମିକଙ୍କ ବୀମା ଟଙ୍କାରୁ ଶ୍ରମ ବିଭାଗ କମିଶନ ମାଗୁଥିବା ଅଭିଯୋଗ - ବୀମା ଟଙ୍କା ପାଇଁ ଲାଞ୍ଚ ମାଗୁଛି ଶ୍ରମ ବିଭାଗ ବୌଦ୍ଧ

ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ପରେ ଉଭୟ ଠିକାସଂସ୍ଥା ଓ ଶ୍ରମ ବିଭାଗ ଆର୍ଥିକ ସହାୟତା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ମୃତ ଶ୍ରମିକଙ୍କ ବୀମା ଟଙ୍କାରୁ ଶ୍ରମ ବିଭାଗ କମିଶନ ମାଗୁଥିବା ଅଭିଯୋଗ

author img

By

Published : Dec 21, 2021, 8:52 AM IST

ବୌଦ୍ଧ: ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ପରେ ଉଭୟ ଠିକାସଂସ୍ଥା ଓ ଶ୍ରମ ବିଭାଗ ଆର୍ଥିକ ସହାୟତା ଦେଲେନି । ଓଲଟା ଶ୍ରମିକଙ୍କ ବୀମା ଟଙ୍କାରୁ ଶ୍ରମ ବିଭାଗ କମିଶନ ବାବଦରେ ଲାଞ୍ଚ ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ ।

ଅଳ୍ପ ଦିନର ବ୍ୟବଧାନରେ ତିନି-ତିନି ଜଣ ଶ୍ରମିକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ସେମାନଙ୍କ ପରିବାରକୁ ଉଭୟ ଠିକାସଂସ୍ଥା ଓ ଶ୍ରମ ବିଭାଗ ଆର୍ଥିକ ସହାୟତା ଯୋଗାଇବା ଦୂରରେ ଥାଉ ବର୍ତ୍ତମାନ ୨ ଜଣ ମୃତ ଶ୍ରମିକଙ୍କ ବୀମା ଟଙ୍କାରୁ ମଧ୍ୟ କମିଶନ ବାବଦରେ ଶ୍ରମ ବିଭାଗ ଦାବି କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧରୁ । ଜିଲ୍ଲାସ୍ଥିତ ଧଳପୁର ଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ଉପରୁ ଖସି ଗତ ମାର୍ଚ୍ଚ ମାସରେ ଲଗାତାର ତିନି-ତିନି ଜଣ ନିର୍ମାଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ତନ୍ମଧ୍ୟରୁ ଜଣେ ମୃତ ଶ୍ରମିକ ମନୁ ଗଞ୍ଜଙ୍କ ପରିବାରକୁ ବୀମା କମ୍ପାନୀ ୧୨ ଲକ୍ଷ ଟଙ୍କା ପ୍ରଦାନ କରିସାରିଛି ।

ମୃତ ଶ୍ରମିକଙ୍କ ବୀମା ଟଙ୍କାରୁ ଶ୍ରମ ବିଭାଗ କମିଶନ ମାଗୁଥିବା ଅଭିଯୋଗ

କିନ୍ତୁ ପଶ୍ଚିମବଙ୍ଗର ଦୁଇ ଜଣ ମୃତ ଶ୍ରମିକ ଜାହାଙ୍ଗୀର ହୁସେନ ଓ ସମୀର ଘୋଷଙ୍କ ପରିବାରକୁ ବୀମା କମ୍ପାନୀ ୧୬ ଲକ୍ଷ ୮୦ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ପରିବାରକୁ ଚେକ ମାଧ୍ୟମରେ ଶ୍ରମ ବିଭାଗ ଜରିଆରେ ପ୍ରଦାନ କରାଯାଇଥିଲା । କିନ୍ତୁ ଦୁର୍ଘଟଣାର ୧୦ ମାସ ବିତିବାକୁ ବସିଥିଲେ ମଧ୍ୟ ଉକ୍ତ ଦୁଇ ପରିବାରକୁ ବୀମା ଅର୍ଥ ପ୍ରଦାନ କରାନଯାଇ କେବଳ ଅଫିସକୁ ଦୌଡାଉଥିବା ଅଭିଯୋଗ ହୋଇଛି । ଏଥିସହ ଶ୍ରମ ବିଭାଗ ମୃତ୍ୟୁର ବୀମା ଟଙ୍କାରୁ ମଧ୍ୟ କମିଶନ ମାଗୁଥିବା ଭଳି ଘୃଣ୍ୟ ତଥା ସାଙ୍ଘାତିକ ଅଭିଯୋଗ ପରିବାର ପକ୍ଷରୁ ହୋଇଛି । ବୀମା ଟଙ୍କାର ୪ ପ୍ରତିଶତ ହିସାବରେ ଅର୍ଥ ପୈଠ କଲେ ଶ୍ରମ ବିଭାଗ ବୀମା ଅର୍ଥ ରାଶି ଦେବ ବୋଲି କହୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.