ବୌଦ୍ଧ: ଦିନକୁ ଦିନ କୋରୋନା ସଙ୍କଟ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ତଥା ସରକାରୀ କାର୍ଯ୍ୟାଳୟ ଗୁଡିକରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୭୭ ନୂଆ ଆକ୍ରାନ୍ତଙ୍କ ସହିତ ପନ୍ଦର ଶହ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଆଜି ପ୍ରଥମ ଥର ପାଇଁ ବୌଦ୍ଧ ସ୍ଥିତ କୋଭିଡ ହେଲଥ ସେଣ୍ଟରରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହିତ ବୌଦ୍ଧରେ କୋରୋନାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ବ୍ୟବସାୟୀଙ୍କ ମୃତ୍ୟୁରେ ବୌଦ୍ଧ ସହରର ଦୋକାନ ବଜାର ବନ୍ଦ ରହିଥିଲା ।
ସେପଟେ ଅନେକ ସ୍ଥାନରେ ସଂକ୍ରମିତ ରୋଗୀ କୋଭିଡ ନିୟମର ଉଲଙ୍ଘନ କରୁଥିବା ଦେଖାଯାଉଛି । ଯାହା ଜିଲ୍ଲାରେ ସଂକ୍ରମଣ ବଢିବାର ମୁଖ୍ୟ କାରଣ ପାଲିଟିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ