ETV Bharat / state

ଦଶମତୀଙ୍କ ଦୁଃଖ; ସହାୟତା ଅପେକ୍ଷାରେ ସରକାରୀ କାମରେ ନିୟୋଜିତ ଗୁରୁତର ନାବାଳିକା - ସହାୟତା

ଜଣେ ନାବାଳିକାକୁ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ଲଗାଇ ଚର୍ଚ୍ଚାରେ ପ୍ରଶାସନ । ସେପଟେ କାମ କଲା ସମୟରେ ଗୁରୁତର ନାବାଳିକାଙ୍କୁ ମିଳିନି କୌଣସି ସହାୟତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 7, 2019, 4:07 PM IST

ବୌଦ୍ଧ: ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ନାବାଳିକା । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ, ଆହତ ହେବା ପରେ ଚିକିତ୍ସା ପାଇଁ ବିଭାଗୀୟ ସଂସ୍ଥା ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନାହିଁ । ଯାହା ଆମ ବ୍ୟବସ୍ଥା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲା ବଘିଆପଡାର ଏରଡା ଗାଁର 16 ବର୍ଷ ଦଶମତୀ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଦିନ ମଜୁରିଆ କେଶବ ସାହୁ ଓ ପତ୍ନୀ କୌଶଲ୍ୟାଙ୍କ ଝିଅ ଦଶମତୀ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାପା ମାଆଙ୍କ ସହ ସରକାରୀ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉକ୍ତ କୋଠାରେ କାମ କରିବା ସମୟରେ ଦଶମତୀ 2 ମହଲା କୋଠାରୁ ତଳକୁ ଖସି ପଡିବା ଦ୍ବାରା ଅଣ୍ଟାରେ ଗଭୀର କ୍ଷତ ପାଇଥିଲେ । ତେବେ ଇତି ମଧ୍ୟରେ ଘଟଣାକୁ ମାସେ ପୁରି ଯାଇଥିବା ବେଳେ ବିଭାଗୀୟ ସଂସ୍ଥାଙ୍କ ଉଦାସିନତା ଦେଖିବାକୁ ମିଳିଛି ।

ସେପଟେ, ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଦଶମତୀ ଘରର ଅସୁବିଧା ଆଗରେ କାମକୁ ଯାଉଥିବା ବେଳେ ଏବେ ତାଙ୍କ ଚିକିତ୍ସା ପାଇଁ ବାପା କେଶବ ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶାନ୍ତ ହୋଇପଡିଛନ୍ତି । ତେବେ ଏଭଳି ଏକ ସମ୍ବେଦଶୀଳ ଘଟଣାକୁ ନେଇ ସ୍ଥାନୀୟ ପଞ୍ଚାୟତ, ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ ତଥା ସମ୍ପୃକ୍ତ ସରକାରୀ କୋଠା ଦାୟିତ୍ବରେ ଥିବା ଅଧିକାରୀ, ଯନ୍ତ୍ରୀ କିଭଳି ଅବଗତ ନାହାନ୍ତି ତାହା ଚର୍ଚ୍ଚାର ବିଷୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଆମ ବ୍ୟବସ୍ଥା ର ଆଉ ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ବଘିଆପଡାର ଏରଡା ଗ୍ରାମରେ ।ଜଣେ ନାବାଳିକା କୁ କିଭଳି ଓ କେଉଁ ପରିସ୍ଥିତିରେ ସରକାରୀ କୋଠା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ କରାଗଲା ତାହାତ ଭିନ୍ନ କଥା, କିନ୍ତୁ ଉକ୍ତ ଦୁଇ ମହଲା କୋଠା ଉପରୁ ପଡି ଅତ୍ୟନ୍ତ ଦୁଃଖ ଯନ୍ତ୍ରଣା ରେ ଛଟପଟ ଝିଅ ପାଖକୁ କିଭଳି ଆମ ବ୍ୟବସ୍ଥା ଦୁର୍ଘଟଣା ର ପ୍ରାୟ ମାସେ ବିତିଯାଇଥିଲେ ମଧ୍ୟ ପହଞ୍ଚି ପାରିଲା ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Body:ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ର ଏରେଡା ଗ୍ରାମରେ ବାସକରନ୍ତି ଦିନମଜୁରୀଆ କେଶବ ସାହୁ ଓ ପତ୍ନୀ କୌଶଲ୍ୟା ।ଏକ ଜରିଘୋଡା ଦଦରା ଛଣଘରେ ବାସ କରୁଥିବା କେଶବ ମୂଲ ଲାଗିଲେ ପରିବାରର ପେଟପୁରେ ।କେବଳ କେଶବ ନୁହେଁ, ତାଙ୍କୁ ସହାୟତା କରିବାକୁ ପତ୍ନୀ ଓ ପୁଅ ଝିଅ ମଧ୍ୟ ଆର୍ଥିକ ବୋଝ ଉଠାଇବାକୁ ଆଗେଇ ଆସନ୍ତି ।କେଶବଙ୍କ ତିନି ପୁଅ ଓ ଦୁଇ ଝିଅ ମଧ୍ୟରୁ ଷୋହଳ ବର୍ଷୀୟ ଝିଅ ଦଶମତୀ ବାପା ମା ଙ୍କୁ ପାଠପଢିବାର ଇଛା କୁ ଛାଡି କାମରେ ସହଯୋଗ କରୁଥିଲେ ।କିନ୍ତୁ ଦୁର୍ଭାଗ୍ୟ ପରିବାରର ପିଛା ଛାଡୁ ନଥାଏ । ନିକଟସ୍ଥ ଏକ ସରକାରୀ କୋଠାରେ କାମ କରୁଥିବା ବେଳେ ଦଶମତୀ ଦୁଇ ମହଲା କୋଠା ଉପରୁ ଖସି ଅଣ୍ଟାରେ ଗଭୀର କ୍ଷତ ପାଇଲା ।ବିଭିନ୍ନ ଡାକ୍ତରଖାନାକୁ ଦୌଡ଼ି କେଶବଙ୍କ ପରିବାର ଏବେ ସର୍ବସ୍ବାନ୍ତ ।ଏପଟେ କୌଣସି ପ୍ରକାରର କାମ ଆଉ କରିପାରୁନାହି ଛୋଟ ଝିଅ ଦଶମତୀ ।ଏଭଳି ଏକ ସମ୍ବେଦନଶୀଳ ଘଟଣା କିନ୍ତୁ କେହି କିଭଳି ଜାଣିପାରିଲେ ନାହିଁ ନା ଜାଣିଶୁଣି ଘଟଣାକୁ ଚପାଇଦେଲେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସରକାରଙ୍କ ବିଭିନ୍ନ ସହାୟତା ଯୋଜନା ସମ୍ପର୍କରେ ମଧ୍ୟ ସମ୍ପୃକ୍ତ ପରିବାର ଠିକ ଭାବେ ଜାଣିନାହାନ୍ତି ।କିନ୍ତୁ ଇତି ମଧ୍ୟରେ ଘଟଣାକୁ ପ୍ରାୟ ମାସେ ହେବାକୁ ବସିଥିବା ବେଳେ ସ୍ଥାନୀୟ ପଞ୍ଚାୟତ, ଶିଶୁ ସୁରକ୍ଷା ବିଭାଗ, ଶ୍ରମ ବିଭାଗ, ସମ୍ପୃକ୍ତ ସରକାରୀ କୋଠାର ଦାୟିତ୍ୱ ରେ ଥିବା ଅଧିକାରୀ, ଯନ୍ତ୍ରୀ କିଭଳି କିଛି ଜାଣି ପାରୁ ନାହାଁନ୍ତି ଏବଂ ଉକ୍ତ ଝିଅ ଟିର ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.