ବୌଦ୍ଧ: ଜିଲ୍ଲାରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଦର୍ଶ ପଞ୍ଚାୟତ ବ୍ୟବସ୍ଥା ଆରମ୍ଭ କରିଛି ବିଦ୍ୟୁତ ବିଭାଗ । ବୌଦ୍ଧ ଜିଲ୍ଲାର ଲୁଣିବାହାଲ ପଞ୍ଚାୟତରୁ ବ୍ୟବସ୍ଥାର ଶୁଭାରମ୍ଭ । ବିଦ୍ୟୁତ ସେବା ସହିତ ବିଭିନ୍ନ ସମସ୍ୟାର ସମାଧାନ ହେଉଛି ଏହାର ମୂଳ ଲକ୍ଷ୍ୟ ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସାମାନ୍ୟ ହୋଇପାରି ନାହିଁ । ତେବେ ଟାଟା ପାୱାର ବିଦ୍ୟୁତ ଯୋଗାଣ ଦାୟିତ୍ବ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ଅନେକ ସଂସ୍କାର ଆଣିବାକୁ ଚେଷ୍ଟା କରୁଛି । ଏହି ଧାରାରେ ଲୁଣିବାହାଲ ପଞ୍ଚାୟତର ସମସ୍ତ ଗ୍ରାମରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସମେତ ବିଲ ଓ ମିଟରକୁ ନେଇ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ଲକ୍ଷ୍ୟ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଭଳି ସେବା ଆଗାମୀ ଦିନରେ ଅନ୍ୟ ପଞ୍ଚାୟତକୁ ମଧ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ