ETV Bharat / state

ଧାନ ବିକ୍ରି କରିନପାରି ଅଧିକାରୀଙ୍କ ଆଗରେ ଭୋ ଭୋ କାନ୍ଦିଲେ ଚାଷୀ - mandi problem

ଧାନବିକ୍ରି କରିନପାରି ଅଧିକାରୀଙ୍କ ଆଗରେ ଭୋ ଭୋ କାନ୍ଦିଲେ ଚାଷୀ । ବୌଦ୍ଧରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

a farmer crying in front of agriculture office in boudh
ଧାନବିକ୍ରି କରିନପାରି ଅଧିକାରୀ ଙ୍କ ଆଗରେ ଭୋ ଭୋ କାନ୍ଦିଲେ ଚାଷୀ
author img

By

Published : Mar 15, 2021, 8:42 PM IST

ବୌଦ୍ଧ : ଦିନ କେଇଟା ପରେ ଝିଅ ବାହାଘର । ହେଲେ ଚାଷୀର ଧାନ ବିକ୍ରି ହୋଇପାରୁନି । ଏଭଳି ପରିସ୍ଥିତିରେ କିଭଳି ଝିଅର ବାହାଘର ହେବ । ଆଶା ଥିଲା ଧାନ ବିକ୍ରିରେ ଯାହା ପଇସା ମିଳିବ ସେଥିରେ ଝିଅର ବାହାଘର ହେବ । ଧାନ ବିକ୍ରି ହୋଇ ନଥିବାରୁ କାନ୍ଦି କାନ୍ଦି ବିଭାଗୀୟ ଅଧିକାରୀଙ୍କ ନିକଟରେ ନିଜର ସମସ୍ୟା ଜଣାଇଲେ ଜଣେ ଚାଷୀ । ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଟାର୍ଗେଟ ଅଭାବରୁ ଧାନବିକ୍ରି ହୋଇ ନପାରି ଅଚଳାବସ୍ଥା ଲାଗିରହିଛି । ଜିଲ୍ଲାର ଅଧିକାଂଶ ଧାନମଣ୍ଡି ବନ୍ଦ ହେବାକୁ ବସିଥିବା ବେଳେ ଚାଷୀ କେତେବେଳେ ମୁଣ୍ଡରେ ଧାନ ବସ୍ତା ବୋହି ତ କେତେବେଳେ ଧାନଢାଳି ବିକ୍ଷୋଭ କରୁଛି । ଏପରିକି ରାଜରାସ୍ତା ଅବରୋଧ କରି ପ୍ରତିବାଦ ଜଣାଉଛି ।

ଧାନବିକ୍ରି କରିନପାରି ଅଧିକାରୀ ଙ୍କ ଆଗରେ ଭୋ ଭୋ କାନ୍ଦିଲେ ଚାଷୀ

ସୋମବାର ମଧ୍ୟ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିର ଚାଷୀ ଯୋଗାଣ ବିଭାଗ, ସମବାୟ ବିଭାଗକୁ ଆସି ଧାନବିକ୍ରି ପାଇଁ ଗୁହାରି ଜଣାଇଥିଲେ । ଆଜି (ସୋମବାର) ଖୁଣ୍ଟବନ୍ଧ ଧାନମଣ୍ଡିର ଜଣେ ଗରିବ ଚାଷୀ ନିଜ ଧାନବିକ୍ରି କରିନପାରି ସମବାୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ତାର ଧାନ ବିକ୍ରି ହୋଇନପାରିବା ଜାଣିବା ପରେ ନିଜ ଝିଅର ବିବାହ କିଭଳି କରିବ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ । ଏନେଇ ପଦକ୍ଷେପ ନିଆନଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । ସେପଟେ ଦ୍ବିତୀୟ ଦିନରେ ପହଞ୍ଚିଛି ଆମ୍ବଗାଁ ରାସ୍ତାରୋକ । ଆମ୍ବଗାଁ ଅଞ୍ଚଳର ଚାଷୀ ଧାନବିକ୍ରି କରି ନ ପାରିବାରୁ ଗତକାଲି (ରବିବାର) ଠାରୁ ଘଣ୍ଟାପଡା ରାସ୍ତାକୁ ଅବରୋଧ କରି ଆମ୍ବଗାଁ ଧାନମଣ୍ଡି ଆଗରେ ରାସ୍ତାରୋକ କରି ବସିରହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.