ETV Bharat / state

ଅସମ୍ଭାଳ ହେଉଛି କୋରୋନା ସଂକ୍ରମଣ, ବୌଦ୍ଧରୁ ପୁଣି 64 ଚିହ୍ନଟ - 64-new-covid-cases-identified-in-boudh

ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି କୋରୋନା କହର । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂଆ 64 ଜଣ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

64-new-covid-cases-identified-in-boudh
ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 64 ଚିହ୍ନଟ
author img

By

Published : Apr 27, 2021, 5:16 PM IST

ବୌଦ୍ଧ : ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଦ୍ରୁତ ଗତିରେ ମାଡ଼ି ଚାଲିଛି କୋରୋନା କହର । ପୁଣି ଚିହ୍ନଟ ହେଲେ 64 ଜଣ ଆକ୍ରାନ୍ତ । ତେବେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରୁ ଆଜି(ମଙ୍ଗଳବାର) ମଧ୍ୟ 21 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ପରେ କୋରୋନାର ହଟସ୍ପଟ ପାଲଟିଯାଇଥିବା ଚର୍ଚ୍ଚା ହେଉଛି ।

ଅସମ୍ଭାଳ ହେବାରେ ଲାଗିଛି କୋରୋନା ସଂକ୍ରମଣ, ପୁଣି 64 ଚିହ୍ନଟ
ବେକାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି 64 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ବୌଦ୍ଧ ସହରରୁ ନୂତନ 21 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପ୍ରତେକ ଦିନ ବୌଦ୍ଧ ପୌରାଞ୍ଚଳରୁ ଦୃତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି । ସେପଟେ କିଛି ଅମାନିଆଙ୍କ ଯୋଗୁଁ ବୌଦ୍ଧ ସହର କୋରୋନାର ହଟସ୍ପଟ ପାଲଟି ଯାଇଥିବା ଚର୍ଚ୍ଚା ହେଉଛି ।

ଆଜି ପୌରାଞ୍ଚଳର ଦୋକାନୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ହୋମ ଡେଲିଭରି ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଜିଲ୍ଲା ପ୍ରଶାସନ ଟେଲିମେଡିସିନ ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।ସେପଟେ ଆଜି ଆରଟିଓ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ଅଫିସକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ କରି ଦିଆଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.