ETV Bharat / state

ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା - ବୌଦ୍ଧରେ ସର୍ବନିମ୍ନ ସ୍ତରରେ ଏଡସ ରୋଗୀ

ବୌଦ୍ଧ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ଥାନରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଅଧିକ ଖବର ପଢନ୍ତୁ...

-boud AIDS
ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା
author img

By

Published : Dec 1, 2019, 2:52 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ବ ଏଡସ ଦିବସ। ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାରେ ହୋଇଥିବା ରାଲିକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହାସହ ଲୋକଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଛନ୍ତି ଜିଲ୍ଲାପାଳ ।

ଏଡସ ରୋଗରେ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ଜିଲ୍ଲା

ସୂଚନା ଅନୁସାରେ,ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବୌଦ୍ଧ ଜିଲ୍ଲାରେ ସର୍ବପ୍ରଥମେ ଏଡସ ରୋଗୀ ଚିହ୍ନଟ ହୋଇଥିଲା । ହେଲେ ଖୁସିର ବିଷୟ ଏହିକି ଯେ ବର୍ତ୍ତମାନ ଏହି ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ଥାନରେ ପହଞ୍ଚିଛି ।

ବର୍ତ୍ତମାନର ତଥ୍ୟ ମୁତାବକ କେବଳ ପୌରାଞ୍ଚଳରେ ଗୋଟିଏ ପରିବାରର ପିତାମାତା, ପୁଅ ଏଭଳି ତିନିଜଣଙ୍କ ସହିତ ଜିଲ୍ଲାରେ ସମୁଦାୟ ୪୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ଓଡ଼ିଶାର ସର୍ବାଧିକ ଏଡସ ରୋଗୀ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ଏହି କ୍ରମରେ ସବୁଠାରୁ ନିମ୍ନ ସ୍ଥାନରେ ରହିଛି । ଏନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଏଡସର ଭୟାବହତା ସାରା ବିଶ୍ବକୁ ସଙ୍କଟରେ ପକାଇଥିବା ବେଳେ ବୌଦ୍ଧ ଜିଲ୍ଲା ଓଡ଼ିଶାର ସର୍ବନିମ୍ନ ସ୍ଥାନରେ ରହିଛି ।
ବୌଦ୍ଧ ଜିଲ୍ଲାସ୍ତରରେ ବିଶ୍ବ ଏଡସ ଦିବସ ପାଳିତ ହୋଇଛି ।ସକାଳୁ ଛାତ୍ରଛାତ୍ରୀ ଙ୍କୁ ନେଇ ହୋଇଥିବା ରାଲିକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ ।ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବୌଦ୍ଧ ଜିଲ୍ଲାରେ ସର୍ବପ୍ରଥମେ ଏଡସ ରୋଗୀ ଚିହ୍ନଟ ହୋଇଥିଲା ।ଏହାପରେ୨୦୦୬ ମସିହାରେ ଏହି ସଂଖ୍ୟା ତିନିରେ ପହଞ୍ଚି ଥିଲା ।ବର୍ତ୍ତମାନର ତଥ୍ୟ ମୁତାବକ କେବଳ ପୌରାଞ୍ଚଳରେ ଗୋଟିଏ ପରିବାରର ପିତାମାତା, ପୁଅ ଏଭଳି ତିନିଜଣଙ୍କ ସହିତ ଜିଲ୍ଲାରେ ସମୁଦାୟ ୪୧ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଓଡ଼ିଶାର ସର୍ବାଧିକ ଏଡସ ରୋଗୀ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ଏହି କ୍ରମରେ ସବୁଠାରୁ ନିମ୍ନ ସ୍ଥାନରେ ରହିଛି ।ଏନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି ।

Body:ଏଡସ ରୋଗରେ ବୌଦ୍ଧ ଜିଲ୍ଲାର ସ୍ଥାନ ସବୁଠାରୁ ନିମ୍ନ ରେ ।

Conclusion:ବାଇଟ-୧-ଡ଼ ଲକ୍ଷ୍ମୀ ଧର ସାହୁ, ସିଡିଏମଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.