ETV Bharat / state

ବନ୍ଧୁକ ମୁନରେ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଭତ୍ତା ଟଙ୍କା ଲୁଟ୍‌ - ଲମ୍ବସରୀ ପଞ୍ଚାୟତ

ବୌଦ୍ଧର ମନମୁଣ୍ଡା ଥାନା ଲମ୍ବସରୀ ପଞ୍ଚାୟତକୁ ଆସୁଥିବା 3 ଲକ୍ଷ 93 ହଜାର ଭତ୍ତା ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଦୁର୍ବୃର୍ତ୍ତ ଟଙ୍କା ଛଡାଇ ନେଇଛନ୍ତି । ଏ ଘଟଣାର ତଦନ୍ତ ଆରମ୍ଭ କରିଛି ମନମୁଣ୍ଡା ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 17, 2019, 10:30 AM IST

ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ଥାନା ଲମ୍ବସରୀ ପଞ୍ଚାୟତ ପାଇଁ ଆସିଥିବା ଭତ୍ତା ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ ବିପୁଲ ଦାସ 3 ଲକ୍ଷ 93 ହଜାର ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ନେଇ କାର ନମ୍ବର OD-27A-1369ରେ ଆସୁଥିଲେ । ଆସିବା ସମୟରେ ଡିମିରିମୁଣ୍ଡା କ୍ରସର ନିକଟରେ 5 ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଛଡେଇ ନେଇଥିଲେ ।

ଘଟଣା ସମ୍ପର୍କରେ ସେ ତୁରନ୍ତ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଏକ ମାମଲା ରୁଜୁ କରି ଏ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଡକାୟତଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳିନାହିଁ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ଭତ୍ତା ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ଶୁକ୍ରବାର ଲମ୍ବସରୀ ପଞ୍ଚାୟତର ନିର୍ବାହୀ ଅଧିକାରୀ ବିପୁଲ ଦାସ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ୩ ଲକ୍ଷ ୯୩ ହଜାର ଟଙ୍କା ଧରି କାର ନମ୍ବର ଓଡି ୨୭ ଏ ୧୩୬୯ରେ ଯାଉଥିବା ବେଳେ ଡିମିରିମୁଣ୍ଡା କ୍ରସର ନିକଟରେ ଉକ୍ତ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପାଞ୍ଚ ଜଣ ଦୁବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ମୁନରେ ପିଓ ଙ୍କ ଠାରୁ ଉକ୍ତ ଟଙ୍କା କୁ ଲୁଟ କରିଥିଲେ । ଲୁଟ ସମ୍ପର୍କରେ ପିଓ ମନମୁଣ୍ଡା ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ ।ଅଦ୍ୟାବଧି ଡକାୟତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Body:ପଞ୍ଚାୟତ ଅଧିକାରୀ ଙ୍କ ଠାରୁ୩ଲକ୍ଷ୯୩ହଜାର ଟଙ୍କା ବନ୍ଧୁକ ମୁନରେ ଲୁଟ ଅଭିଯୋଗ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.