ETV Bharat / state

ବୌଦ୍ଧରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ଆଶାୟୀଙ୍କୁ ଆତ୍ମସ୍ବାବଲମ୍ବୀ ଆହ୍ବାନ - ବୌଦ୍ଧ ନ୍ୟୁଜ

District level Job Fair: ବୌଦ୍ଧ ଜିଲ୍ଲା ନିୟୋଜନ ବିଭାଗ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ନିଯୁକ୍ତି ମେଳା ସମାପନ ହୋଇଛି । 30ରୁ ଉର୍ଦ୍ଧ୍ବ ଘରୋଇ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

District level Job Fair
District level Job Fair
author img

By ETV Bharat Odisha Team

Published : Dec 21, 2023, 8:32 AM IST

ବୌଦ୍ଧରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ନିଯୁକ୍ତି ମେଳା ସମାପନ ହୋଇଛି । ଜିଲ୍ଲା ନିୟୋଜନ ବିଭାଗ ପକ୍ଷରୁ ବୌଦ୍ଧ ଟାଉନହଲ ଓ ବାଉଶୁଣୀ କଲେଜ ଠାରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଯେଉଁଥିରେ 30ରୁ ଉର୍ଦ୍ଧ୍ବ ଘରୋଇ କମ୍ପାନୀ ଏଥିରେ ଅଂଶଗ୍ରହଣ କରିଥିଲେ । ତେବେ ଶିଳ୍ପ ବିହୀନ ଜିଲ୍ଲାରେ ବହୁ ବୃତ୍ତି ଓ ସମନ୍ଵିତ କୃଷି ଯୋଜନାରେ ସାମିଲ ହୋଇ ଆତ୍ମସ୍ବାବଲମ୍ବୀ ହେବାକୁ ଯୁବକ ଯୁବତୀଙ୍କୁ ଆହ୍ବାନ ଦିଆଯାଇଛି ।

ସୂଚନା ମୁତାବକ, ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ନିଯୁକ୍ତି ମେଳା ସମାପନ ହୋଇ ଥିବା ବେଳେ ସ୍ଥାନୀୟ ନିଯୁକ୍ତିର ଅଭାବରୁ ବେକାର ଯୁବକଯୁବତୀଙ୍କ ଆତ୍ମସ୍ବାବଲମ୍ବୀ ପାଇଁ ସମନ୍ଵିତ କୃଷି ସର୍ବାଧିକ ପସନ୍ଦ ହୋଇଛି । ଜିଲ୍ଲାରେ ନାହିଁ କୌଣସି ବୃହତ ଶିଳ୍ପ ପ୍ରତିଷ୍ଠାନ । ତେଣୁ କର୍ମ ସଂସ୍ଥାନର ଅନୁସନ୍ଧାନରେ ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କୁ ହତାଶ ହେବାକୁ ପଡୁଛି । ଜିଲ୍ଲାର ତିନୋଟି ବ୍ଲକରେ କୌଣସି ବୃହତ ଶିଳ୍ପ ପ୍ରତିଷ୍ଠାନ ନାହିଁ । ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ ବିଡିପିଏଲ କମ୍ପାନୀରେ କେବଳ କିଛି ସ୍ଥାନୀୟ ଶ୍ରମିକମାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆଉ ଅନ୍ୟ କୌଣସି ଶିଳ୍ପାନୁଷ୍ଠାନ ନ ଥିବାରୁ ବୌଦ୍ଧ ଜିଲ୍ଲା ରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିପାରୁନାହିଁ । ଯାହାକୁ ନେଇ ଶହ ଶହ ଏଭଳି ଶିକ୍ଷିତ ଯୁବକ ଯୁବତୀ କର୍ମ ସନ୍ଧାନରେ ରହିଥିବା ବେଳେ ସରକାର ନିଯୁକ୍ତି ମେଳା ମାଧ୍ୟମରେ ବିଭିନ୍ନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ

ତେବେ ଗତ ମଙ୍ଗଳବାର ଓ ବୁଧବାର ଜିଲ୍ଲାରେ ଏଭଳି ମେଳାର ଆୟୋଜନ କରାଯାଇଥିଲା । ଜିଲ୍ଲା ନିୟୋଜନ ବିଭାଗ ପକ୍ଷରୁ ମଙ୍ଗଳବାର ବୌଦ୍ଦ ଟାଉନହଲ ଓ ବୁଧବାର ବାଉଶୁଣୀ କଲେଜ ଠାରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଯେଉଁଠାରେ 30ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ଲେସ୍‌ମେଣ୍ଟ୍‌ ଲିଙ୍କ୍‌ କମ୍ପାନୀ ବେକାର ଯୁବକ ଯୁବତୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟରେ ସୌର ଶକ୍ତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ତଥା ଭବିଷ୍ୟତ ରହିଥିବା ବୌଦ୍ଧ ଜିଲ୍ଲାପାଳ ସୂଚନା ଦେଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲା କୃଷି କ୍ଷେତ୍ରରେ ମଧ୍ୟ ଆତ୍ମସ୍ବାବଲମ୍ବୀ ପାଇଁ ବିରାଟ ସମ୍ଭାବନା ରହିଛି । ପୋଖରୀରେ ମାଛଚାଷଠାରୁ ନେଇ ସଘନ ଚାଷ, କୁକୁଡା ବତକ ପାଳନ,ଗୋପାଳନ, ବାୟୋଫ୍ଲେକ୍ସ ଟାଙ୍କିରେ ମାଛଚାଷ ଭଳି ଅନେକ ସମନ୍ଵିତ କୃଷି ଯୋଜନା ଦିଗରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ବେଶ ଆକର୍ଷିତ କରୁଛି ବୋଲି ଜିଲ୍ଲାପାଲ କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଯୁବବର୍ଗଙ୍କୁ ବିଭିନ୍ନ କ୍ଷେତ୍ରରେ ମନୋନିବେଶ କରି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି ପାଇଁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.