ETV Bharat / state

ମେଡିକାଲ ପରିସରରୁ ଚୋରି, ଚୋରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

author img

By

Published : Nov 12, 2022, 10:23 AM IST

ମେଡିକାଲରୁ ଚୋରି କରୁଥିବା ବେଳେ ଚୋରକୁ ନିର୍ଦ୍ଧୁମ ମାଡ । ଯୁବକଙ୍କୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

ଚୋରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ
ଚୋରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ: ମେଡିକାଲରୁ ଚୋରି କରୁଥିଲେ ଯୁବକ, ଧରାପଡିବା ପରେ ପିଠିରେ ବର୍ଷିଗଲା ମାଡ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ସୁନା ଚେନ ଛଡାଉଥିବା ବେଳେ ଯୁବକଙ୍କୁ ନିସ୍ତୁତ ମାଡ ମାରିଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ଚୋରି କରିଥିବା ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେତେକ ନିଶାସକ୍ତ ଓ ଅସାମାଜିକ ଯୁବକ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଆଜି(ଶୁକ୍ରବାର) ଜଣେ ଯୁବକ କୌଣସି ଏକ ରୋଗୀଙ୍କ ସମ୍ପର୍କୀୟଙ୍କ ସୁନା ଚେନ ଛଡାଉଥିଲେ । ଏହି ସମୟରେ108 ଆମ୍ବୁଲାନ୍ସର କର୍ମଚାରୀ ମାନେ ଯୁବକକୁ ଧରିଥିଲେ। ଏହାପରେ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଉତ୍ୟକ୍ତ ହୋଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ଯିଏ ଜେମିତି ପାରିଲା ସେମିତି ମାଡ ମାରିଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଏହାପରେ ଯୁବକଙ୍କୁ ଉଦ୍ଧାର କରି ଟାଉନ ପୋଲିସର ଜିମା ଦେଇଛନ୍ତି ।

ଚୋରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

ଏହା ମଧ୍ୟ ପଢନ୍ତୁ-Maoists Killed: SOG ଓ BSFର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ

ଏହି ଘଟଣା ନେଇ ପୋଲିସ ସୁତ୍ରରୁ କୌଣସି ସୂଚନା ମିଳିନଥିବା ବେଳେ, ଚୋରି କରୁଥିବା ଯୁବକ ଜଣଙ୍କ ମଧ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ସେ ଆଜି ଚୋରି କରୁଥିଲେ ନା ଏହା ପୂର୍ବରୁ ମଧ୍ୟ ହସ୍ପିଟାଲରୁ ଚୋରି କରିଛନ୍ତି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ଓ ଯୁବକଙ୍କୁ ପଚରାଉଚୁରା ମଧ୍ୟ କରିପାରେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.