ETV Bharat / state

୩ବର୍ଷର ସମ୍ପର୍କରେ ଫାଟ: ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର, ଧାରଣାରେ ପ୍ରେମିକା - ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର

ଭଦ୍ରକରେ ପ୍ରେମିକା ସହିତ ବିବାହ ପାଇଁ ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର । ଏହାପରେ ପ୍ରେମିକା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଥିବା ଜଣାପଡିଛି । ଅଧିକ ପଢନ୍ତୁ

୩ବର୍ଷର ସମ୍ପର୍କରେ ପଡିଲା ଫାଟ: ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର, ଧାରଣାରେ ପ୍ରେମିକା

author img

By

Published : Jun 11, 2022, 5:40 PM IST

ଭଦ୍ରକ: ତିନି ବର୍ଷର ଅନାବିଳ ପ୍ରେମକୁ ଧକ୍କା । ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ଫେରାର ହେଲା ପ୍ରେମିକ । ଏଣୁ ପ୍ରେମିକ ଦୁଆରେ ଅନଶନ ଜାରି ରଖିଛି ପ୍ରେମିକା । ଲଭ୍, ସେକ୍ସ ଆଉ ଧୋକ୍କାର ଶିକାର ହୋଇ ଶେଷରେ ନିଜ ଜୀବନକୁ ବାଜି ଲଗେଇଛି ପ୍ରେମିକା । ବିଧବା ମାଆଙ୍କ ସମେତ କେତେକ ସମ୍ପର୍କୀୟଙ୍କ ସହିତ ସେ ଅନଶନରେ ବସିଛି । ଏହି ଘଟଣା ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ଦେଖିବାକୁ ମିଳିଛି ।

୩ବର୍ଷର ସମ୍ପର୍କରେ ପଡିଲା ଫାଟ: ଲଗ୍ନଧରା ପୂର୍ବରୁ ପ୍ରେମିକ ଫେରାର, ଧାରଣାରେ ପ୍ରେମିକା

ପ୍ରେମିକ ବିବାହ ନ କରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଯଦି ପ୍ରେମିକା ବିଫଳ ହୁଅନ୍ତି ତେବେ ପ୍ରେମିକ ଦୁଆରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ପୋଲିସ ହସ୍ତକ୍ଷେପ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ଜଣାପଡ଼ିଛି । ଏଭଳି ସମ୍ବେଦନଶୀଳ ଘଟଣା ଜିଲ୍ଲାର ତିହିଡି ଗାଁରେ ଘଟିଛି । ଏହି ଗାଁର ଦୀପାଞ୍ଜଳି ଜେନା ଅମୁଲ୍ୟ ମାଝିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ୩ ବର୍ଷ ତଳେ ପରିଚୟ ହୋଇଥିଲା ।

ପ୍ରଥମେ ଜିତେନ୍ଦ୍ର ପ୍ରେମ ନିବେଦନ କରିଥିଲା ଏବଂ ଦୀପାଞ୍ଜଳି ରାଜି ନହେବାରୁ ଜିତେନ୍ଦ୍ର ଆତ୍ମହତ୍ୟା କରିବ ବୋଲି କହିଥିଲା । ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ନିବିଡ଼ ପ୍ରେମ ସମ୍ପର୍କ । ଏପରିକି ଗତ ପଣା ସଂକ୍ରାନ୍ତିରେ ଏକ ମନ୍ଦିରରେ ଦୀପାଞ୍ଜଳିଙ୍କ ମଥାରେ ସିନ୍ଦୁର ପିନ୍ଧାଇ ବିବାହର ପ୍ରତିଶୃତିକୁ ମଜବୁତ କରିଥିଲେ ଜିତେନ୍ଦ୍ର ।

ମେ ମାସ ୨୬ ତାରିଖରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ଦୀପାଞ୍ଜଳିଙ୍କ ଘରକୁ ଯାଇ ବିବାହର ପ୍ରତିଶୃତି ଦେବା ସହ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ଏଣୁ ଦୀପାଞ୍ଜଳିଙ୍କ ମାଆ ଧାର କରଜ କରି ବିବାହ ସାମଗ୍ରୀ କିଣିଥିଲେ । ଜୁନ ମାସ ୪ ତାରିଖରେ ଜିତେନ୍ଦ୍ର ମଧ୍ୟ ଦୀପାଞ୍ଜଳିଙ୍କ ଘରକୁ ଯାଇ ବୁଲି ଫେରିଥିବା ଜଣାପଡ଼ିଛି । ହେଲେ ୫ ତାରିଖ ଠାରୁ ଜିତେନ୍ଦ୍ର ଫେରାର ରହିଛନ୍ତି ।

ଏଣୁ ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ଜିତେନ୍ଦ୍ର ଫେରାର ହେବା ଘଟଣା ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି କୌଣସି ସୂତ୍ରରୁ ଖବର ପାଇ ଶେଷରେ ଦୀପାଞ୍ଜଳି ନିରୁପାୟ ହୋଇ ଜିତେନ୍ଦ୍ରଙ୍କ ଘର ଦୁଆରେ ଏପରି ଅନଶନରେ ବସିଥିବା ଜଣାପଡ଼ିଛି । ତେବେ ଏନେଇ ଜିତେନ୍ଦ୍ରଙ୍କ ପରିବାର କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.