ETV Bharat / state

ବୋଲବମ ଭକ୍ତଙ୍କୁ ଆକ୍ରମଣ, ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

author img

By

Published : Aug 7, 2022, 11:19 AM IST

ଭଦ୍ରକରେ ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବୋଲବମ ଭକ୍ତଙ୍କୁ ଆକ୍ରମଣ ଘଟଣା । ଫେରାର ଥିବା ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରିବାକୁ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ । ସେପଟେ, ଭଦ୍ରକ ସହରର ଏକ ହୋଟେଲରେ ଗୋ ମାଂସ ବିକ୍ରୟ କରୁଥିବାର ଭିଡିଓ ଭାଇରାଲ ପରେ ବି ଜିଲ୍ଲା ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଏନେଇ ପ୍ରଶ୍ନ ଉଠାଇଛି ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ

ବୋଲବମ ଭକ୍ତଙ୍କୁ ଆକ୍ରମଣ କରିବା ଘଟଣା: ଫେରାର ଅଭିଯକ୍ତଙ୍କୁ ଗିରଫ କରିବାକୁ ଦାବି

ଭଦ୍ରକ: ସହରରେ ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବୋଲବମ ଭକ୍ତଙ୍କୁ ଆକ୍ରମଣ ଘଟଣା । ଏନେଇ ବିଶ୍ବ ହିନ୍ଦୁ ପରିଷଦର ଏକ ଟିମ ବୋଲବମ ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଛି । ‘ସେମାନେ ଏବେବି ଭୟବିତ୍ତ ହୋଇ ରହୁଛନ୍ତି ବୋଲି କହିଛନ୍ତି ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ’। ଏପରିକି କିଛି ଭକ୍ତ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ପୋଲିସ ପ୍ରଶାସନ ବୋଲବମ ଭକ୍ତଙ୍କୁ ଆକ୍ରମଣ କରିଥିବା 4 ଜଣ ବ୍ୟକ୍ତିଙ୍କ ମଧ୍ୟରୁ 2 ଜଣକୁ ଗିରଫ କରିଥିବା ବେଳେ ଅନ୍ୟ 2 ଜଣକୁ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ।‘ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ ଆଗାମୀ ଦିନରେ ବିଶ୍ବ ହିନ୍ଦୁ ପରିଷଦ ତାର ଜବାବ ଦେବ’’ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ । ସେପଟେ, ଭଦ୍ରକ ସହରର ଏକ ହୋଟେଲରେ ଗୋ ମାଂସ ବିକ୍ରୟ କରୁଥିବାର ଭିଡିଓ ଭାଇରଲ ପରେ ବି ଜିଲ୍ଲା ପ୍ରଶାସନ କି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଶ୍ବ ହିନ୍ଦୁ ପରିଷଦ ।

ବିଶ୍ବ ହିନ୍ଦୁ ପରିଷଦର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ମହେଶ ସାହୁଙ୍କ ସମେତ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ବିଶ୍ବ ହିନ୍ଦୁ ପରିଷଦର ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.