ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ

author img

By

Published : Apr 1, 2021, 6:23 AM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ସାମ୍ନାରେ ହୁତୁହୁତୁ ହୋଇ ଜଳିଗଲା ଏକ ମାଲବାହୀ ଟ୍ରକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ହାସିନପୁର ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ

ଭଦ୍ରକ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ସାମ୍ନାରେ ହୁତୁହୁତୁ ହୋଇ ଜଳିଗଲା ଏକ ମାଲବାହୀ ଟ୍ରକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ହାସିନପୁର ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏହି ଟ୍ରକ ହାସିନପୁର ଛକ ନିକଟରୁ ରାଉରକେଲା ଅଭିମୁଖେ ଧାନ ନଡ଼ା ନେଇ ଯାଉଥିଲା। ଏହି ସମୟରେ ଅଧିକ ଉଚ୍ଚ ଭାର ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଏହି ଧାନନଡ଼ା ବୋଝେଇ ଟ୍ରକ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ

ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କ୍ଷଣି ଧାନ ନଡ଼ାରେ ନିଆଁ ଧରିଥିଲା। ଫଳରେ ଦେଖୁଦେଖୁ ଗାଡିରେ ନିଆଁ ଲାଗିଯାଇଥିଲା। ଟ୍ରକ ଜଳିବା ସମୟରେ ସଂପୂର୍ଣ୍ଣ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଜଣକ ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ଗଣିଜାଙ୍ଗ ନିକଟସ୍ଥ କପାଳୀ ନଦୀରେ ଗାଡ଼ିଟିକୁ ନେଇ ଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଆଗରପଡା ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛିି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.