ETV Bharat / state

ପୁଣି ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

author img

By

Published : Dec 13, 2019, 4:54 AM IST

ଥମିବାର ନାଁ ନେଉ ନାହିଁ ସହରରେ ଲଜ୍ଜା । ବୁଧବାର ସହରରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ହେବା ପରେ ଗୁରୁବାର ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ...

bhadrak rape case, bhadrak latest crime news, rape case, ଭଦ୍ରକରେ ନାବାଳିକାଙ୍କୁ ଦୁଷ୍କର୍ମ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଦୁଷ୍କର୍ମ ମାମଲା
ପ୍ରତୀକାତ୍ମକ ଫଟୋ

ଭଦ୍ରକ: ଥମିବାର ନାଁ ନେଉ ନାହିଁ ସହରରେ ଲଜ୍ଜା । ବୁଧବାର ସହରରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ହେବା ପରେ ଗୁରୁବାର ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଷ୍କର୍ମ ଅଭିଯୋଗ । ଖବର ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାୟତ କେଶପୁର ଗାଁର ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଣି ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁଯାୟୀ ରପେୟା ପଞ୍ଚାୟତ ଅନ୍ତର୍ଗତ ଧଉଳି ଗ୍ରାମର ଜନୈକ ଯୁବକ ଘରେ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ପରେ ଏନେଇ ସୂଚନା ପାଇ ବିଳମ୍ବିତ ରାତିରେ ପରିବାର ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

HH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.